ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଏକ ଅଘଟଣ ଘଟିଛି। ଆଜି ସକାଳ ୧୧ଟା ବେଳେ ପୋଖରୀରେ ବୁଡ଼ି ଚାଲିଯାଇଛି ଗୋଟିଏ ପରିବାରର ତିନିଜଣଙ୍କ ଜୀବନ। ତିନି ମୃତକ ହେଲେ କାମିନୀ ମହାକୁଡ଼, ଓମ୍ ପ୍ରକାଶ ମହାକୁଡ଼ ଓ ସୁନୀତା ମହାକୁଡ଼। ଏମାନେ ମା ଓ ପୁଅ ଝିଅ। ପୁଅ ଝିଅ ବୁଡ଼ିଯାଉଥିବା ଦେଖି ମା ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେସେଥିରେ ସେ ଅସଫଳ ହୋଇଥିଲେ।
ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଅଣାଯାଇ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏଣେ ଏହି ଖବର ପ୍ରଘଟ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
Follow Us