Three persons dead in accident at Biramaharajpur of Subarnapur district. Photograph: (sambad.in)
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ମୁର୍ଷୁଣ୍ଢୀ ରାସ୍ତା ହିଲୁଙ୍ଗ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ଏବଂ ଆଉ ଜଣଙ୍କୁ ବୁର୍ଲା ନିଆଯିବା ବାଟରେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାତଟାରେ ବୀରମହାରାଜପୁର ଥାନା ହରିହର ଜୋର ଫାଣ୍ଡି ଅଧୀନସ୍ଥ କେଶଲଗା ବଡ଼ମାଲ ଗଁର ଅଗସ୍ତି ଭୋଇ (୩୦) ଓ ହିଲୁଙ୍ଗ ଗ୍ରାମର ଭଗବାନ ସେଠୀ ( ୨୫) ହିଲୁଙ୍ଗକୁ ଆସୁଥିଲେ। ସେହି ସମୟରେ ବୀରମହାରାଜପୁର ପଟରୁ ମୁର୍ଷୁଣ୍ଢୀ ଗ୍ରାମର କିଙ୍ଗକଙ୍ଗ କୁମ୍ଭାର (୨୦), ବଙ୍କିଆ ଗ୍ରାମର ରିଙ୍କୁ ଭୋଇ (୨୦) ଓ ଶିବ (୨୨) ଏକ ବାଇକରେ ଯାଉଥିଲେ। ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗସ୍ତି ଭୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଆହୁରି ପଢ଼ନ୍ତୁ: Vitara Launched: ଇ-ଭିଟାରାର ମୂଲ୍ୟ ଘୋଷଣା,୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ
ଆଜି ଶବ ବ୍ୟବଚ୍ଛେଦ
ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଗବାନ, ରିଙ୍କୁ, ଶିବ ଓ କିଙ୍ଗ୍ କଙ୍କ୍ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତର ଥାନାକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଭଗବାନ, ରିଙ୍କୁ ଓ ଶିବ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ କିଙ୍ଗକଙ୍ଗଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିଲା। ମୃତକ ଅଗସ୍ତିଙ୍କ ସ୍ତ୍ରୀ ଓ ଗୋଟିଏ ପାଞ୍ଚ ବର୍ଷର ଶିଶୁପୁତ୍ର ରହିଛନ୍ତି। ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ ଶବକୁ ପୁଲିସ୍ ଜବତ କରି ସଂରକ୍ଷଣ ଗୁହରେ ରଖିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି।
ସେଭଳି ଭାବରେ ଅନ୍ୟ ଦୁର୍ଘଟଣାରେ ପାଇଁପୁର ଓ ମୁର୍ଷୁଣ୍ଢୀ ରାସ୍ତା ବଦଲା ବୁଲାଣିଠାରେ ବାଇକ ଦୁର୍ଘଟଣା ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଚୁପକାଦାଦାର ଗାଁର କେଶବ ପଧାନଙ୍କ ସାନ ପୁଅ ସୁଶାନ୍ତ ପଧାନ (୩୪)ଙ୍କ ମୃତ୍ୟୁ ହୋଇଥିଲା l ମୃତକ ସୁଶାନ୍ତ ଏବଂ ତାଙ୍କ ମାମୁଁ ଆଖୁଜଙ୍କ ସହ କୌଣସି କାମରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା ଘଟିଥିଲା l ସୁବଳୟା ଓ ବୀରମହାରାଜପୁର ଥାନା ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ମୁର୍ଷୁଣ୍ଢୀ ରାସ୍ତାରେ ମୃତ୍ୟୁ ହୋଇଥିବ ଯୁବକଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛ l ପରେ ଗୁରୁତରମାନଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନାକୁ ଚକିତ୍ସା ପାଇଁ ପଠା ଯାଇଥିଲା l
Follow Us