ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ଲୋକ ଆହତ

Advertisment

ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ ଜଣେ ୪୫ ବର୍ଷୀୟ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ ଜଣେ ୪୫ ବର୍ଷୀୟ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

honey bee

କେଶିଙ୍ଗା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ ଜଣେ ୪୫ ବର୍ଷୀୟ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍‌ରେ ଭର୍ତ୍ତି କରିବା ପରେ ସୁସ୍ଥ ହୋଇଥିଲେ। ମାତ୍ର ୪ ଦିନ ପରେ ପୁଣି ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଓ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣ ୧୦ଟାରେ ଲାଞ୍ଜି  ପଞ୍ଚାୟତ ଅନ୍ତର୍ଗତ ମୂଷାନାଳ ଆମ୍ବତୋଟା ଠାରେ ପଧାନ ଏନଜିଓ ପକ୍ଷରୁ ୪ର୍ଥ ବାର୍ଷିକ ସଭାର ଆୟୋଜନ କରାଯାଇଥିଲା। ଏଥିରେ  ୩୦୦ ଶହରୁ ଊର୍ଦ୍ଧ୍ବ ମହିଳାଙ୍କୁ ଡକା ଯାଇଥିଲା। ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା।  ପଞ୍ଚାୟତର ମୂଷାନାଳ, ଲାଞ୍ଜି, ସିନ୍ଧିପଦର, କାଣ୍ଡାମା, ମଠାଗୁଡା, ଦଣ୍ଡିଗୁଡା, ବାବୁରଗୁଡାର ଶତାଧିକ ମହିଳାମାନେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଶୋଭାଯାତ୍ରାରେ ବାହାରି ମୂଷାନାଳ ପରିକ୍ରମା କରି ବୈଠକ ସ୍ଥଳକୁ ପହଞ୍ଚି ଥିଲେ।

Honey bee

ଏହା ପରେ ହଠାତ ଏକ ମହୁମାଛି ଦଳ ଆସି ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ ମହିଳା ଓ ଆୟୋଜକ ଏନଜିଓ ପୁରୁଷ କର୍ମଚାରୀ ଆକ୍ରମଣର ଶିକାର ହେଉଥିଲେ। ୨୪ ଜଣ ଆହତଙ୍କୁ ପ୍ରଥମେ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ସେଥି ମଧ୍ୟରୁ ୭ଜଣ ଗୁରୁତର ମହିଳାଙ୍କୁ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ବିଶ୍ୱନାଥପୁର ମେଡ଼ିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କାଙ୍କୁ ପଚାରିବାରୁ ମହୁମାଛି ଆକ୍ରମଣ କରିଥିବା ୨୪ ଜଣ ଡାକ୍ତରଖାନାକୁ ଆସିଥିଲେ।ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଲ ହୋଇ ଘରକୁ ଯାଇଥିଲା। ସେଥି ମଧ୍ୟରୁ ୭ ଜଣ ଆହତ ଥିଲେ। ସେମାନେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାପାଇଁ କହିବାରୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe