ଆନ୍ଧ୍ରକୁ ଶକ୍ତ ଚାପୁଡ଼ା: କୋଟିଆରେ ୩୦ ପିଲା ନାଁ ଲେଖାଇଲେ

Advertisment

କୋଟିଆ ଗ୍ରାମପୁଂଜ ବାସିନ୍ଦା ଆଜି ଆନ୍ଧ୍ରକୁ ଦେଇଛନ୍ତି ଶକ୍ତ ଚାପୁଡା। ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଶିଶୁବାଟିକା। ଏଥି ପାଇଁ ରାଜ୍ୟର ସବୁ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Updated On

କୋଟିଆ ଗ୍ରାମପୁଂଜ ବାସିନ୍ଦା ଆଜି ଆନ୍ଧ୍ରକୁ ଦେଇଛନ୍ତି ଶକ୍ତ ଚାପୁଡା। ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଶିଶୁବାଟିକା। ଏଥି ପାଇଁ ରାଜ୍ୟର ସବୁ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଅଦ୍ୟତନ ହୋଇଛି
fagunsenary

fagunsenary Photograph: (Sambad )

କୋରାପୁଟ: କୋଟିଆ ଗ୍ରାମପୁଂଜ ବାସିନ୍ଦା ଆଜି ଆନ୍ଧ୍ରକୁ ଦେଇଛନ୍ତି ଶକ୍ତ ଚାପୁଡା। ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଶିଶୁବାଟିକା। ଏଥି ପାଇଁ ରାଜ୍ୟର ସବୁ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାକୁ ଫେଲ୍ କରିବା ପାଇଁ ଆନ୍ଧ୍ର ଶିକ୍ଷକ ଓ କ୍ଷେତ୍ର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମଧ୍ୟସ୍ଥି ଦଲାଲ ମାନେ ଶତ ପ୍ରୟାସ କରିଥିଲେ। କିଭଳି ଆଜି ପ୍ରବେଶ ଉତ୍ସବରେ କେହି ନାଁ ଲେଖାଇବେ ନାହିଁ ସେ ପ୍ରୟାସ କରିଥିଲେ। ଏପରିକି ଆନ୍ଧ୍ର ସରକାର ଦେଉଥିବା ସମସ୍ତ ଯୋଜନା ସମ୍ପର୍କରେ ଘରକୁ ଘର ବୁଲି ପ୍ରଚାର କରିଥିଲେ। ଏହା ବାଦେ  ବି କୋଟିଆ ଗ୍ରାମପୁଂଜର ୧୯ଟି ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳୁ ୩୦ଜଣ ପିଲା ଶିଶୁ ବାଟିକାରେ ନାଁ  ଲେଖାଇଥିବା କହିଛନ୍ତି ବିଇଓ ଟି.ମୀନତୀ। 

ଆନ୍ଧ୍ରର ଦଲାଲମାନେ ନେରେଡିୱାଲସାରେ ଥିବା ସ୍କୁଲରେ କିଭଳି ଛାତ୍ରଛାତ୍ରୀଙ୍କୁ ତେଲୁଗୁରେ ପାଠ ପଢ଼ାଇବା ସହ ଆମୱାଡୀ ଯୋଜନାରେ ପିଲା ପିଛା ୧୫ହଜାର ଟଙ୍କା, ସ୍କୁଲ ୟୁନିଫର୍ମ, ଆନ୍ଧ୍ର ପଦ୍ଧତିରେ ରୋଷଇ କରି ମଧ୍ୟାହ୍ନଭୋଜନ ବିତରଣ କରାଯାଉଛି ସୂଚନା ଦେଇଥିଲେ। ଗ୍ରାମପୁଂଜର ବିଭିନ୍ନ ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ରାସନ, ଭୋଟର, ଆଧାର କାର୍ଡ ବାଣ୍ଟିବା ସହ ବିଭିନ୍ନ ଯୋଜନାରେ ସାମିଲ କରି ପିଇବା ପାଣି ଠାରୁ ଆରମ୍ଭ କରି ସେବା ଯୋଗାଉଛନ୍ତି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା ବି କରିଥିଲେ। 

ଏହା ବାଦ୍‌ ବି କୋଟିଆ ଗ୍ରାମପୁଂଜର ଟାଉପଦର ଓ ନୂଆଗାଁ ସିଆରସିସି ଅଧିନରେ ଥିବା ୧୯ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟିର ପ୍ରୟାସରେ ଆଜି ୩୦ଟି ପିଲା ନାଁ ଲେଖାଇଛନ୍ତି। ଆସନ୍ତାକାଲି ଏହି ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ସିଆରସିସି ପବିତ୍ର କୁମାର ଦାଶ, ରୁଦ୍ରନାରାୟଣ ପ୍ରଧାନ। ମା, ମାଟି ଓ ଓଡିଆ ଅସ୍ମିତା ପାଇଁ ଗ୍ରାମପୁଂଜ ଲୋକଙ୍କ ମନରେ ଭାବନା ରହିଛି, ଏହାକୁ ଉଦ୍ରେକ କରିବାର ରହିଛି ବୋଲି ଏହି ଦୁଇ ସିଆରସିସି କହିଛନ୍ତି। ଆମ ସ୍କୁଲ, ହୋଷ୍ଟେଲରେ ଦିଆଯାଉଥିବା ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିବା କହିଛନ୍ତି।

ଜିଲ୍ଲାର କୋଟିଆ ଗ୍ରାମପୁଂଜର ୨୧ ଗାଁକୁ ନେଇ ପଡ଼ୋଶୀ ରାଜ୍ୟ ସହ ବିବାଦ ଲମ୍ବି ଚାଲିଛି। ମାମଲା ସୁପ୍ରିମ କୋର୍ଟରେ ଗଡ଼ୁଛି। ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପଡ଼ୋଶୀ ରାଜ୍ୟ ଏହାକୁ ମାନୁ ନାହିଁ। ଚକ୍ରବ୍ୟୁହ କରି ନିଜ ଅଧିନକୁ କୋଟିଆ ନେବା ପାଇଁ ଏସବୁ ଯୋଜନା ବୋଲି ସଚେତନତା ସୃଷ୍ଟି କରାଯାଇଥିଲା। ଆଜି ବିବାଦୀୟ ଫଗୁନସିନେରୀରେ ୨ଜଣ, କୋଟିଆରେ ୫, ଉପରସେମ୍ବି, ତଳସେମ୍ବୀ ସହ ଅନ୍ୟ ବିଦ୍ୟାଳୟରେ ବି ୨ରୁ୩ଜଣ ଲେଖାଏଁ ଏଭଳି ୩୦ଜଣ ଶିଶୁବାଟିକାରେ ନାଁ ଲେଖାଇଛନ୍ତି। ଆଜିହିଁ ଫଗୁନସିନେରୀ ବିଦ୍ୟାଳୟରେ ବାର୍ଷିକଉତ୍ସବ ପାଳନ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିବା କହିଛନ୍ତି ବିଇଓ। 

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe