bridge Photograph: (sambad.in)
କୋରାପୁଟ: ଦୁର୍ଗମ ଅଞ୍ଚଳକୁ ପ୍ରଗତି ପଥରେ ଯୋଡିବାକୁ ୩୦ ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ରିଜ ଏବେ ବିପଦଜନକ ସ୍ଥିତିରେ। ଆଉ ଏହି ବ୍ରିଜ ଭାଙ୍ଗିଗଲେ ୫ଖଣ୍ଡରୁ ଉର୍ଦ୍ଧ୍ବ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବେ। କିଛି ଅଘଟଣ ଘଟିବା ପୁର୍ବରୁ ବେଳ ଥାଉଣୁ ଏହି ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲୋକଙ୍କ ଜୀବନ ଜୀବିକା ସହ ଅଞ୍ଚଳର ବିକାଶ ପ୍ରଗତି ପଥରେ ଯୋଡିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ ବ୍ରିଜ ଦେଖୁଛନ୍ତି ଗତ ୩୦ ବର୍ଷ ପୁର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କୋରାପୁଟର ଦୁର୍ଗମ ଅଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ଥାଟ ପଦର ଗ୍ରାମ ନିକଟ ଚିପା ନଦୀରେ ବ୍ରିଜ ନିର୍ମାଣ କରି ନିଜେ ଏହାର ଉଦଘାଟନ କରିଥିଲେ।
୫ ଖଣ୍ଡରୁ ଊର୍ଦ୍ଧ୍ବ ଗ୍ରାମବାସୀ କୋରାପୁଟ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ି ହୋଇଥିଲେ। ଜୀବନଜୀବିକା, ଶିକ୍ଷା, ସ୍ଵାସ୍ଥ୍ୟ ସବୁକିଛି ପାଇଁ ଏହି ବ୍ରିଜ ପାରହୋଇ କୋରାପୁଟ ଯିବାକୁ ପଡୁଛି। ବ୍ରିଜ କେଉଁ ସମୟରେ ଯେ ଭୁଶୁଡ଼ି ପଡ଼ିବ ତାହା କହି ହେବନାହିଁ ତେଣୁ ଉକ୍ତ ବ୍ରିଜରେ ଏବେ ମୋଟର ସାଇକେଲରେ ଗଲେ ମଧ୍ୟ ଭୟ ଲାଗୁଥିବା କହିଛନ୍ତି ଗ୍ରାମବାସୀ। ବେଳ ଥାଉଣୁ ଏହାର ମରାମତି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
ପ୍ରତିଦିନ ସକାଳ ହେଲେ ନିକଟସ୍ଥ ଥାଟ ପଦର ଗ୍ରାମବାସୀ ବ୍ରିଜ ନିକଟରେ ଆସି ନିରିକ୍ଷଣ କରୁଛନ୍ତି। କେଉଁ ସମୟରେ ଯେ ଦୁର୍ଘଟଣା ଘଟିବ କହି ହେବନାହିଁ କେଉଁ ମୁହୁର୍ତରେ ଯଦି ବ୍ରିଜ ଭୁଷୁଡି ଗଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷକରି ଜୀବନ ଜୀବିକା ଏବଂ ସ୍ଵାସ୍ଥ୍ୟ ସେବା ପ୍ରଭାବିତ ହେବ ତେଣୁ ଏହି ଗୁରୁତର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ନୂତନ ବ୍ରିଜ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ବିପଦଜନକ ଥାଟପଦର ବ୍ରିଜ ଉପରେ ପ୍ରଶାସନ ଅବଗତ ଅଛି ସମ୍ପୃକ୍ତ ବିଭାଗ ଡିପିଆର ପ୍ରସ୍ତୁତ କରିଛି ତୁରନ୍ତ ଏହି ବ୍ରିଜ କିଭଳି ନିର୍ମାଣ ହେବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବେଣୁଧର ଶବର।
Koraput
Follow Us