ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲଙ୍କ ମୃତ୍ୟୁ: ମିଳିଲା ୩୧ ମୃତଦେହ

Advertisment

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଏଯାଏ ୩୧ଟି ମୃତଦେହ ଠାବ କରାଯାଇଛି। ଏବେ ବି ସୁରକ୍ଷା ବାହିନୀ ଅନ୍ୟ ନକ୍ସଲଙ୍କର ମୃତଦେହ ଖୋଜୁଛି।

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଏଯାଏ ୩୧ଟି ମୃତଦେହ ଠାବ କରାଯାଇଛି। ଏବେ ବି ସୁରକ୍ଷା ବାହିନୀ ଅନ୍ୟ ନକ୍ସଲଙ୍କର ମୃତଦେହ ଖୋଜୁଛି।

naxal

ମାଲକାନଗିରି: ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀର ଗୁଳିମାଡ଼ରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଏଯାଏ ୩୧ଟି ମୃତଦେହ ଠାବ କରାଯାଇଛି। ଏବେ ବି ସୁରକ୍ଷା ବାହିନୀ ଅନ୍ୟ ନକ୍ସଲଙ୍କର ମୃତଦେହ ଖୋଜୁଛି। ଏଣେ କମ୍ବିଂ ଅପରେସନ୍ ବି ଜାରି ରହିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। 

ପୁଲିସ ସୂତ୍ରରୁ ପ୍ରକାଶ ଯେ ଛତିଶଗଡ଼ର ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲାର ମଧ୍ୟବର୍ତ୍ତୀ ଆବୁଝମାଡ଼ ଜଙ୍ଗଲରେ ବସ୍ତର ଡିଭିଜନ୍ର ବହୁ କ୍ୟାଡର୍ ନକ୍ସଲ ଏକାଠି ହୋଇଥିବା ସଂପର୍କରେ ସୂଚନା ମିଳିଥିଲା। ଫଳରେ ଗୁରୁବାର ଠାରୁ ଡିଆର୍ଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଭାବେ ନକ୍ସଲ ବିରୋଧୀ ଅପରେସନ୍ ଆରମ୍ଭ ହୋଇଥିଲା। ଏଥିରେ ଉଭୟ ଦନ୍ତେୱାଡ଼ା ଓ ନାରାୟଣପୁର ଜିଲ୍ଲାର ପ୍ରାୟ ୧ ହଜାର ଯବାନ ସାମିଲ ହୋଇଥିଲେ। ଗତକାଲି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଆବୁଝମାଡ଼ ଜଙ୍ଗଲର ଥୁଲ୍ଥୁଲି ଓ ଜେଭିଡ଼ି ଗ୍ରାମ ନିକଟରେ ନକ୍ସଲ- ଯବାନ ମୁହାଁମୁହିଁ ହୋଇଥିଲେ। ଏହି ଏନ୍କାଉଣ୍ଟରରେ ୩୬ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଅପରେସନ୍ ଜାରି ରହିଥିବାରୁ ଆହୁରି ଅଧିକ ନକ୍ସଲଙ୍କ ଶବ ମିଳିବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମକୁ ଦନ୍ତେୱାଡ଼ା ଏସପି ଗୌରବ ରାୟ ସୂଚନା ଦେଇଛନ୍ତି। ସର୍ଚ ଅପରେସନ୍ ବେଳେ ଏକେ-୪୭, ଏସ୍ଏଲ୍ଆର୍ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe