୩୧ ମାଓବାଦୀ ମୃତ୍ୟୁ ଘଟଣା: ନିଜ ଜାଲରେ ନିଜେ ଫସିଲେ ନକ୍ସଲ

Advertisment

ନକ୍ସଲମାନଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଏବର୍ଷ ୩ ଶହରୁ ଊର୍ଦ୍ଧ୍ବ ନକ୍ସଲ ନିପାତ ହୋଇଛନ୍ତି। ୮ଶହରୁ ଊର୍ଦ୍ଧ୍ବ ଆତ୍ମସମର୍ପଣ କରିଛନ୍ତି। ଗତ ୩ ତାରିଖରେ ଆବୁଝମାଡ଼ ଏନକାଉଣ୍ଟରରେ ୩୧ ଜଣ ନିପାତ ହୋଇଛନ୍ତି। ଏହାର ରହସ୍ୟ ଉନ୍ମୋଚନ ହୋଇଛି। ନକ୍ସଲମାନେ ନିଜ ଜାଲରେ ନିଜେ ହିଁ ଫସିଲେ ବୋଲି କୁହାଯାଇଛି।

ନକ୍ସଲମାନଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଏବର୍ଷ ୩ ଶହରୁ ଊର୍ଦ୍ଧ୍ବ ନକ୍ସଲ ନିପାତ ହୋଇଛନ୍ତି। ୮ଶହରୁ ଊର୍ଦ୍ଧ୍ବ ଆତ୍ମସମର୍ପଣ କରିଛନ୍ତି। ଗତ ୩ ତାରିଖରେ ଆବୁଝମାଡ଼ ଏନକାଉଣ୍ଟରରେ ୩୧ ଜଣ ନିପାତ ହୋଇଛନ୍ତି। ଏହାର ରହସ୍ୟ ଉନ୍ମୋଚନ ହୋଇଛି। ନକ୍ସଲମାନେ ନିଜ ଜାଲରେ ନିଜେ ହିଁ ଫସିଲେ ବୋଲି କୁହାଯାଇଛି।

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯିବା ସହ ସେଠାରେ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ ବୋଲି ଘୋଷଣା କରିବା ପରେ ରାଜ୍ୟରେ ପୁଲିସ ଏବଂ ଅନ୍ୟ ସୁରକ୍ଷାକର୍ମୀ ନକ୍ସଲ ଦମନରେ ଜୋରଦାର ଅପରେସନ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ୩ ଶହରୁ ଊର୍ଦ୍ଧ୍ବ ନକ୍ସଲ ନିପାତ ହୋଇଥିବା ବେଳେ ୮ଶହରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ତେବେ ଗତ ୩ ତାରିଖରେ ଆବୁଝମାଡ ଜଂଗଲରେ ହୋଇଥିବା ଏନକାଉଣ୍ଟରରେ ୩୧ ଜଣ ନିପାତ ହୋଇଥିଲେ। ଏହାର ରହସ୍ୟ ଉନ୍ମୋଚନ ହୋଇଛି। ନକ୍ସଲମାନେ ନିଜ ଜାଲରେ ନିଜେ ହିଁ ଫସିଲେ ବୋଲି କୁହାଯାଇଛି।

publive-image

ପ୍ରକାଶ ଥାଉକି ଆବୁଝମାଡ ଜଂଗଲ ନକ୍ସଲଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ଏଠାରେ ପୁଲିସ ନକ୍ସଲଙ୍କୁ ଚ୍ୟାଲେଞ୍ଜ କରିବା କଷ୍ଟକର। ଏହି ଜଂଗଲର ଏକ ଗୁପ୍ତ ସ୍ଥାନରେ ପ୍ରାୟ ୭୦ କ୍ୟାଡର ନକ୍ସଲ ଏକତ୍ରିତ ହୋଇ ପୁଲିସ ଉପରେ ଆକ୍ରମଣ କରିବା ସହ ନକ୍ସଲ ସଂଗଠନର ପ୍ରତିଷ୍ଠା ଦିବସ ଉପରେ ଆଲୋଚନା କରୁଥିଲେ। କ୍ୟାଡର ନକ୍ସଲଙ୍କର ଖାଦ୍ୟ ପାନୀୟ ପାଇଁ ମିଲିସିଆମାନେ ନିୟୋଜିତ ଥିଲେ। ତେବେ ଏହି ମିଲିସିଆମାନେ ସହରକୁ ଆସି ସେମାନଙ୍କର ପ୍ରିୟ ଖାଦ୍ୟ ନେବା ସହ କିଛି ଦୋକାନୀଙ୍କୁ ଭୟଭୀତ କରାଉଥିଲେ। ବଳପୂର୍ବକ ଦାମୀ ଜିନିଷ ନେବା ସହ ସଂଗଠନର ବଡ ବଡ ନକ୍ସଲଙ୍କ ପାଇଁ ଆମିଷ ନେଉଥିଲେ।

ଜଂଗଲର ଏକ ଗୁପ୍ତ ସ୍ଥାନରେ ପ୍ରାୟ ୭୦ କ୍ୟାଡର ନକ୍ସଲ ଏକତ୍ରିତ ହୋଇ ପୁଲିସ ଉପରେ ଆକ୍ରମଣ କରିବା ସହ ନକ୍ସଲ ସଂଗଠନର ପ୍ରତିଷ୍ଠା ଦିବସ ଉପରେ ଆଲୋଚନା କରୁଥିଲେ। ଏହି ମିଲିସିଆମାନେ ସହରକୁ ଆସି ସେମାନଙ୍କର ପ୍ରିୟ ଖାଦ୍ୟ ନେବା ସହ କିଛି ଦୋକାନୀଙ୍କୁ ଭୟଭୀତ କରାଉଥିଲେ।

ତେବେ ଏଥିରେ ହିଁ ସବୁ ଭୁଲ ହୋଇଯାଇଥିଲା। ଏହି ଖବର ପୁଲିସ ନିକଟରେ ପହଞ୍ଚିଥିଲା। ପୁଲିସ ଆଉ କାଳ ବିଳମ୍ବ ନକରି ଏମାନଙ୍କୁ ପିଛା କରିଥିଲା। ନକ୍ସଲମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ଆଲୋଚନା କରୁଥିବା ବେଳେ ଅତି ଚତୁରତାର ସହ ସେହି ଅଂଚଳରେ ଯବାନ ପଶିଥିଲେ ଏବଂ ଅତର୍କିତ ଆକ୍ରମଣ କରିଥିଲେ। ପ୍ରାୟ ୧୫୦୦ ଯବାନ ଜଂଗଲରେ ପଶିଥିଲେ। ଏହି ଗୁଳିବିନିମୟରେ ୩୧ ଜଣ ନକ୍ସଲଙ୍କର ଶବ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟ ଦୁଇ ଜଣ ନକ୍ସଲଙ୍କୁ ପୁଲିସ ଚିହ୍ନଟ କରିପାରିନଥିବା କହିଛି। ନକ୍ସଲଙ୍କର ଏହି ବୈଠକ ସଫଳ ହୋଇଥିଲେ ପୁଲିସକୁ ବଡ ଝଟକା ଲାଗିଥାନ୍ତା। ପୁଲିସ ଏକ ବଡ ଅଘଟଣକୁ ଏଡାଇ ଦେଇଥିବା ମଧ୍ୟ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe