୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।  

Mohan Majhi

Mohan Majhi Photograph: (Sambad )

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ |  କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ବ୍ଲକ ହେଡକ୍ଵାର୍ଟର କିମ୍ବା ୫ କିମି ଭିତରେ ଷ୍ଟାଡିୟମ ତିଆରି ହେବ | ୧୨ ଏକରରୁ ୧୫ ଏକର ସରକାରୀ ଜମି କିମ୍ବା ଆବଶ୍ୟକ ହେଲେ ପ୍ରାଇଭେଟ ଜମିକୁ ନେବେ ସରକାର | ଇଣ୍ଡୋର ହଲର ବ୍ୟବସ୍ଥା କରାଯାଇ ବ୍ୟବସ୍ଥା ହକି, କ୍ରିକେଟ ଓ ଫୁଟବଲ ଖେଳ ହେବ। ଏଥିଲାଗି ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି | ୫ ବର୍ଷରେ ସରିବ କାମ| 

ଏକୀକୃତ ପେନସନ ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯିବ। ୨୦୨୫ ଏପ୍ରିଲ ସୁଦ୍ଧା ଏନପିଏସରେ ଯୋଗ୍ୟ ଥିବା ଲୋକଙ୍କ ପାଇଁ ଲାଗୁ ହେବ ପେନସନ | ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ପାଇଁ ଅବସର ପୂର୍ବରୁ ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ୫୦ ପ୍ରତିଶତ ହାରରେ ମିଳିବ | ୧୦ ବର୍ଷରୁ ୨୫ ବର୍ଷ ଚାକିରୀ ଥିଲେ ସେହି ହିସାବରେ ମିଳିବ ପେନସନ |ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନର ୬୦ ପ୍ରତିଶତ ଦରରେ ପାରିବାରିକ ପେନସନ ମିଳିବ | ଏନପିଏସ ଅଧୀନରେ ରହିବା ପାଇଁ ୩ ଲକ୍ଷ ୩୩ ହଜାର କର୍ମଚାରୀ ନିଜେ ନିଷ୍ପତ୍ତି ନେବେ। ଏହାଛଡ଼ା ଆଇନ ବିଭାଗରେ ନିଯୁକ୍ତି ପାଇଁ ୨୦୦୮ ନିୟମ ସଂଶୋଧନ କରାଯିବ। ଅକ୍ଷୟ ଶକ୍ତି ୨୦୨୨ ନୀତିକୁ ସରଳିକରଣ ପାଇଁ ସଂଶୋଧନ କରାଯିବ।

ଏଣେ ଏକୀକୃତ ପେନସନ ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯିବ। ୨୦୨୫ ଏପ୍ରିଲ ସୁଦ୍ଧା ଏନପିଏସରେ ଯୋଗ୍ୟ ଥିବା ଲୋକଙ୍କ ପାଇଁ ଲାଗୁ ହେବ ପେନସନ | ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ପାଇଁ ଅବସର ପୂର୍ବରୁ ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ୫୦ ପ୍ରତିଶତ ହାରରେ ମିଳିବ | ୧୦ ବର୍ଷରୁ ୨୫ ବର୍ଷ ଚାକିରୀ ଥିଲେ ସେହି ହିସାବରେ ମିଳିବ ପେନସନ |ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନର ୬୦ ପ୍ରତିଶତ ଦରରେ ପାରିବାରିକ ପେନସନ ମିଳିବ | ଏନପିଏସ ଅଧୀନରେ ରହିବା ପାଇଁ ୩ ଲକ୍ଷ ୩୩ ହଜାର କର୍ମଚାରୀ ନିଜେ ନିଷ୍ପତ୍ତି ନେବେ। ଏହାଛଡ଼ା ଆଇନ ବିଭାଗରେ ନିଯୁକ୍ତି ପାଇଁ ୨୦୦୮ ନିୟମ ସଂଶୋଧନ କରାଯିବ। ଅକ୍ଷୟ ଶକ୍ତି ୨୦୨୨ ନୀତିକୁ ସରଳିକରଣ ପାଇଁ ସଂଶୋଧନ କରାଯିବ।

ତେଣେ ଜଳ ସମ୍ପଦ ବିଭାଗ ବଡ଼ ବଡ଼ ଡ୍ୟାମର ପୁନଃ ଵ୍ୟାସ ଓ ଉନ୍ନତି ପାଇଁ ଏକ ହଜାର ୬୬ କୋଟି ୩୮ ଲକ୍ଷ ଟଙ୍କାର ଆନୁମାନିକ ମୂଲ୍ୟରେ ଆଗାମୀ ୬ ବର୍ଷ ମଧ୍ୟରେ ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ କରିବେ | ହୀରାକୁଦ ପାଇଁ ୩ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
୪ ଟି ବଡ଼ ନଦୀ ରେ ହେବ ବ୍ରିଜ | ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀରେ ସେତୁ, ଆଡି ଓ ଚାନ୍ଦବାଲି ରାସ୍ତାରେ ସେତୁ, କଟକ ଚାନ୍ଦବାଲି ରାସ୍ତାର ଭାରିଗଡ଼ା ଥରେ ସେତୁ | ଝାରସୁଗୁଡ଼ା ଓ ବରଗଡ଼ ମହାନଦୀ ଉପରେ ସେତୁ | ୪ ବର୍ଷରେ ଏସବୁ କାମ ସରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe