ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଉଡ଼ୁଷୁ  ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୩୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଭର୍ତ୍ତି ହୋଇଛନ୍ତି।

Bisra High School

Bisra High School Photograph: (Sambad )

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଉଡ଼ୁଷୁ  ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୩୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ସବୁ ଦିନ ପରି  ଆଜି ମଧ୍ୟାହ୍ନରେ ଭୋଜନରେ ଭାତ, ତରକାରୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା। ମାତ୍ର ଖାଇ ସାରିବା ପରେ କିଛି ପିଲା ହଠାତ ଅସୁସ୍ଥ ହୋଇପଡ଼ିଥିଲେ।

ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୨ ଜଣ ଛାତ୍ର ଓ ୨୦ ଛାତ୍ରୀ ଥିଲେ।

ଏହି ବିଷୟ ନେଇ ଆମେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ ବେହେରାଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ଖାଇ କିଛି ପିଲା ଅସୁସ୍ଥ ହୋଇଥିଲେ, ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି ବୋଲି କହିଥିଲେ। 

ଏସଂପର୍କରେ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସିଏମଓ ଡା. ପ୍ରକାଶ କୁମାର ସାହୁ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପରେ ସୁସ୍ଥ ଥିବାବେଳେ ଏକ ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି କହିଥିଲେ। ଏନେଇ ଏକ ମେଡିକାଲ ଟିମ ଉଡ଼ୁଷୁ ବିଦ୍ୟାଳୟକୁ ଯାଇ ବଳକା ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରିଥିବାବେଳେ ଆଜି ତାହାକୁ ଜିଲ୍ଲା ପରୀକ୍ଷାଗାରକୁ ପଠାଯିବ ବୋଲି କହିଥିଲେ। ରିର୍ପୋଟ ଆସିବା ପରେ ଛାତ୍ରଛାତ୍ରୀଙ୍କ ଅସୁସ୍ଥତାର କାରଣ ଜଣା ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe