ବଣିକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର; ୩୨ ୟୁନିଟ୍‌ ରକ୍ତ ସଂଗୃହୀତ

Advertisment

ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପଖଣ୍ଡ ‘ଅର୍ଜୁନ ମେମୋରିଆଲ କମ୍ପ୍ଲେକ୍ସ’ ପରିସରରେ ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପଖଣ୍ଡ ‘ଅର୍ଜୁନ ମେମୋରିଆଲ କମ୍ପ୍ଲେକ୍ସ’ ପରିସରରେ ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Blood donation camp

Blood donation camp Photograph: (sambad.in )

ବୈଶିଙ୍ଗା: ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପଖଣ୍ଡ ‘ଅର୍ଜୁନ ମେମୋରିଆଲ କମ୍ପ୍ଲେକ୍ସ’ ପରିସରରେ ମଙ୍ଗଳବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। 

ଅର୍ଜୁନ ମେମୋରିଆଲ କମ୍ପ୍ଲେକ୍ସର ବଣିକ ସଙ୍ଘ ଓ 'ସମ୍ବାଦ' ଆମ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଓ  ବେତନଟୀ ବନାଅଞ୍ଚଳ ଅଧିକାରୀ ମନୁଆର ଖାନ ଯୋଗ ଦେଇଥିଲେl ଅନ୍ୟପଟେ ବାଲେଶ୍ୱର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ମୟୂରଭଞ୍ଜ ସମ୍ବାଦ ପ୍ରତିନିଧି ଶ୍ରୀକାନ୍ତ ସାହୁ, ସାମ୍ବାଦିକ ରତନ ଦାସ, ସିତାନଥ ବେହେରା, ସଞ୍ଜୟ ମିଶ୍ର, ଚିନ୍ମୟ ମିଶ୍ର, ରଣଜିତ ନାୟକ, ଅବିନାଶ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। 

Blood donation camp
Blood donation camp Photograph: (sambad.in )

ମାର୍କେଟ କମ୍ପ୍ଲେକ୍ସର ଅଧିକାରୀ ବିବେକାନନ୍ଦ ପଣ୍ଡା, ତୃପ୍ତିରଞ୍ଜନ ପ୍ରମାଣିକ ଓ ବୈଶିଙ୍ଗା ସମ୍ବାଦ ଓ କନକ ପ୍ରତିନିଧି ଦୀପକ କୁମାର ସିଂହଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରୁ ୩୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ରତିକାନ୍ତ ରାଉତ, ନିଶିତ ରାଉତ, 'ସମ୍ବାଦ' ଅଁଳା ପ୍ରତିନିଧି ଯୋଗେଶ୍ୱର ଦାସ,  ଶିଶିର ଚନ୍ଦ୍ର ସିଂ, ମୁକ୍ତିକାନ୍ତ ପଣ୍ଡା, ଦେବାଶିଷ ମିଶ୍ର, ନାଥ ସିଂ,  ସଞ୍ଜୀବ ମିଶ୍ର, ପବନ ଗୁପ୍ତା, ଦିବ୍ୟଜ୍ୟୋତି ବିଶ୍ଵାଳ, ଜନାର୍ଦ୍ଦନ ବେହେରା ଓ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସମେତ କମ୍ପ୍ଲେକ୍ସର ସମସ୍ତ ଦୋକାନୀ ବନ୍ଧୁ ଶିବିର ପରିଚାଳନା କରିଥିଲେ।

Blood Donation Camp 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe