Death Picnic ପିକ୍‌ନିକ୍‌ ସ୍ପଟ୍‌ ଡ୍ୟାମ ଓ ନଦୀ ନେଉଛି ଜୀବନ, ୪୮ ମାସରେ ଗଲାଣି ୩୩୦ ଜୀବନ

Advertisment

Picnicର ମଜା ଉଠାଉଥିଲାବେଳେ ବୁଡ଼ି ଛାତ୍ରଛାତ୍ରୀ ତ ଅନ୍ୟ କେତେବେଳେ ପରିବାର ଲୋକଙ୍କ ଜୀବନ ଚାଲିଯାଉଛି। ବିଶ୍ରାର ଅକ୍ଷୟଶିଳା, ଗୁରୁଣ୍ଡିଆର ବାଦଲଗିରି ଜଳପ୍ରପାତ, ରାଉରକେଲା ମନ୍ଦିରା ଡ୍ୟାମ୍‌ ଆଦି ସ୍ଥାନରେ ପାଣିରେ ବୁଡ଼ି ପ୍ରତି ବର୍ଷ ସର୍ବାଧିକ ଜୀବନ ଯାଉଛି।

Picnicର ମଜା ଉଠାଉଥିଲାବେଳେ ବୁଡ଼ି ଛାତ୍ରଛାତ୍ରୀ ତ ଅନ୍ୟ କେତେବେଳେ ପରିବାର ଲୋକଙ୍କ ଜୀବନ ଚାଲିଯାଉଛି। ବିଶ୍ରାର ଅକ୍ଷୟଶିଳା, ଗୁରୁଣ୍ଡିଆର ବାଦଲଗିରି ଜଳପ୍ରପାତ, ରାଉରକେଲା ମନ୍ଦିରା ଡ୍ୟାମ୍‌ ଆଦି ସ୍ଥାନରେ ପାଣିରେ ବୁଡ଼ି ପ୍ରତି ବର୍ଷ ସର୍ବାଧିକ ଜୀବନ ଯାଉଛି।

Untitled

330 Death in Picnic spot within 4 years Photograph: (sambad.in)

ରାଉରକେଲା(ମଳୟ ରଞ୍ଜନ ସାହୁ): ଚାଲିଛି ପିକ୍‌ନିକ୍‌ ଋତୁ। ପିକ୍‌ନିକ୍‌ ସ୍ପଷ୍ଟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। କେଉଁଠି ଡ୍ୟାମ୍‌, ଜଳପ୍ରପାତ ତ ଅନ୍ୟ କେଉଁଠି ନଦୀ ଓ ଖଦାନରେ ପର୍ଯ୍ୟଟକମାନେ ମଜା ଉଠାଉଛନ୍ତି। ବିପଦସଙ୍କୁଳ ଏସବୁ ସ୍ଥାନ ଏମାନଙ୍କ ମୁଣ୍ଡ ନେଉଛି। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି। ତଥାପି ସୁରକ୍ଷା ଦିଗରେ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନି। ପିକ୍‌ନିକ୍‌ର ମଜା ଉଠାଉଥିଲାବେଳେ ବୁଡ଼ି ଛାତ୍ରଛାତ୍ରୀ ତ ଅନ୍ୟ କେତେବେଳେ ପରିବାର ଲୋକଙ୍କ ଜୀବନ ଚାଲିଯାଉଛି। ବିଶ୍ରାର ଅକ୍ଷୟଶିଳା, ଗୁରୁଣ୍ଡିଆର ବାଦଲଗିରି ଜଳପ୍ରପାତ, ରାଉରକେଲା ମନ୍ଦିରା ଡ୍ୟାମ୍‌ ଆଦି ସ୍ଥାନରେ ପାଣିରେ ବୁଡ଼ି ପ୍ରତି ବର୍ଷ ସର୍ବାଧିକ ଜୀବନ ଯାଉଛି। ୨୦୨୩ରେ ମନ୍ଦିରା ଡ୍ୟାମ୍‌ରେ ସାଙ୍ଗମାନଙ୍କ ସହ ମଜା ଉଠାଉଥିଲାବେଳେ ଏନ୍‌ଆଇଟିର ଦୁଇ ଛାତ୍ରଙ୍କ ଜୀବନ ଯାଇଥିଲା।

ସୁନ୍ଦରଗଡ଼ ଇବ୍‌ ନଦୀରେ ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିଲା

୨୦୨୪ ଅକ୍ଟୋବରରେ ସୁନ୍ଦରଗଡ଼ ଇବ୍‌ ନଦୀରେ ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ନଭେମ୍ବର ମାସରେ ତରକେରା ଡ୍ୟାମ୍‌, କୋଏଲନଦୀରେ ପିକ୍‌ନିକ୍‌ କରିବାକୁ ଯାଇ ଏକାଧିକ ଯୁବକ ଓ ଛାତ୍ରଙ୍କ ଜୀବନ ଯାଇଛି। ୨୦୨୨ରୁ ୨୦୨୫ ଗତ ୪ ବର୍ଷ ଅର୍ଥାତ୍‌ ୪୮ ମାସରେ ୩୩୦ରୁ ଅଧିକ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ମହିଳା।ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ନଦୀରେ ବୁଡ଼ି ୨୦୨୨ରେ ୧୨, ୨୦୨୩ରେ ୨୮ ଓ ୨୦୨୪ରେ ୧୪ ଜଣଙ୍କ ଜୀବନ ଯାଇଛି। ଡ୍ୟାମ୍‌ରେ ୨୦୨୨ରେ ୧୧, ୨୦୨୩ରେ ୬, ୨୦୨୪ରେ ୪ ଜଣଙ୍କର ଜୀବନ ଯାଇଛି। ଜଳପ୍ରପାତ, ଖାଦାନ ଓ ଅନ୍ୟାନ୍ୟ ସ୍ଥାନରେ ବୁଡ଼ି ତିନି ବର୍ଷରେ ମୋଟ ୭୩ ଜଣଙ୍କ ଜୀବନ ଯାଇଛି। ସେମିତି ତିନି ବର୍ଷରେ ପୋଖରୀରେ ବୁଡି ୭୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୫ରେ ନଦୀ, ଡ୍ୟାମ୍‌, ଜଳପ୍ରପାତ, ପୋଖରୀରେ ବୁଡ଼ି ୩୦ରୁ ଅଧିକ ଜୀବନ ଯାଇଛି। ଗତ ଡିସେମ୍ବର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କାନାକୁଣ୍ଡରେ ବୁଡ଼ି ଏନ୍‌ଆଇଟି ଛାତ୍ରଙ୍କ ଜୀବନ ଯାଇଥିଲା। ସେଲ୍‌ଫି ନେବାବେଳେ ଜଣେ ଯୁବତୀ ଭାସିଯାଇ ମୃତ୍ୟୁବରଣ କରିଥିଲେ।

Speech Chief Minister ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଉରକେଲା ପୁଲିସ ଜିଲ୍ଲାରେ ୨୦୨୨ରେ ୨୭, ୨୦୨୩ରେ ୩୮ ଓ ୨୦୨୪ରେ ନଦୀ, ଡ୍ୟାମ୍‌, ଜଳପ୍ରପାତ ଓ ଅନ୍ୟ ଜଳାଶୟରେ ବୁଡ଼ି ୨୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୨ରେ ସର୍ବାଧିକ ୮ଜଣ ମୃତ୍ୟୁବରଣ କରିଛନ୍ତି ରଘୁନାଥପାଲି ଅଞ୍ଚଳରେ। ୨୦୨୩ରେ ଲହୁଣିପଡ଼ା ଥାନା ଅଧିରେ ସର୍ବାଧିକ ୧୦ ଜଣଙ୍କର ଜୀବନ ଯାଇଛି। ୨୦୨୪ରେ ବଣାଇ ଥାନା ଅନ୍ତର୍ଗତ ବିଭିନ୍ନ ଡ୍ୟାମ୍‌, ନଦୀ ଓ ଜଳାଶୟରେ ସର୍ବାଧିକ ୭ ଜଣଙ୍କ ଜୀବନ ଯାଇଛି। ୨୦୨୫ରେ ବିଶ୍ରା ଅକ୍ଷୟଶିଳା ଜଳପ୍ରପାତ, ଝିରପାଣି କୋଏଲନଦୀ, ବେଦବ୍ୟାସ ଘାଟ, ନଦୀଟୋଲା  ବ୍ରାହ୍ମଣୀନଦୀ, ତରକେରା ପମ୍ପହାଉସ୍‌, କଂସର ନଦୀ, ଗୁରୁଣ୍ଡିଆ ଦେଓଧର ପିକ୍‌ନିକ୍‌ ସ୍ପଷ୍ଟ, ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ମୋଟ ୬୧ ଜଣଙ୍କ ଜୀବନ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe