୭ ମହିଳାଙ୍କ ସମେତ ୧୨ ମଦ ବେପାରୀ ଗିରଫ; ୩୩୩ ଲିଟର ଦେଶୀ ମଦ ଜବତ

ରାଉରକେଲା ଅବକାରୀ ପୁଲିସ ଆଜି ବିଶ୍ରା, ଟାଙ୍ଗରପାଲି ଥାନା ଅଞ୍ଚଳରେ ଅତର୍କିତ ଚଢ଼ଉ କରିଛି। ଚଢ଼ଉବେଳେ ମୋଟ୍‌ ୩୩୩ ଲିଟର ଦେଶୀ ମଦ ଜବତ କରିଛି। ଏହାସହ ୭ ଜଣ ମହିଳାଙ୍କ ସମେତ ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

300 letres wine seized

300 letres wine seized Photograph: (Sambad )

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ଆଜି ବିଶ୍ରା, ଟାଙ୍ଗରପାଲି ଥାନା ଅଞ୍ଚଳରେ ଅତର୍କିତ ଚଢ଼ଉ କରିଛି। ଚଢ଼ଉବେଳେ ମୋଟ୍‌ ୩୩୩ ଲିଟର ଦେଶୀ ମଦ ଜବତ କରିଛି। ଏହାସହ ୭ ଜଣ ମହିଳାଙ୍କ ସମେତ ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତର ଅଜୟ ସିଂହ(୩୦), ବଡ଼ ସୋନାପର୍ବତର ଗୀତା ମହାକୁଡ଼(୩୯), ଟାଙ୍ଗରପାଲିର ସନ୍ତୋଷ ଟେକାମ(୪୧), ଟାଙ୍ଗରପାଲି ମୁଣ୍ଡାରୀ ବସ୍ତିର ସୁଖରାମ ଯୋଯୋ(୩୬), ବିଶ୍ରା ଥାନା ଅନ୍ତର୍ଗତ ଖଟାଙ୍ଗଟୋଲିର ସୁଖଦେବ ଲୋହାର, ଯଶମତୀ ଭୁକ୍ତା, ଲକ୍ଷ୍ମୀ କୁମାର, ବିଶ୍ରାର ବୁଧାନ ଭକ୍ତ, ସୁଲୋଚନା ଧୋବା, ଧନସିଂହ କୁମାର, ଲୁଣ୍ଡି କୁମାର ଓ ଫଗନୀ ଭକ୍ତ। 

ଉଲ୍ଲେ‌ଖଯୋଗ୍ୟ, ଆଜି ରାଉରକେଲା ଅବକାରୀ ପୁଲିସ, ଅବକାରୀ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ମିଳିତଭାବେ ବିଶ୍ରା ଓ ଟାଙ୍ଗରପାଲି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଅଭିଯୁକ୍ତମାନେ ମଦ ତିଆରି ଓ ଚୋରାଚାଲାଣ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ମୋହନ ପଧାନ, ଇନ୍ସପେକ୍ଟର ଦିଲ୍ଲୀପ ନାୟକ, ଏସ୍‌ଆଇ ଅଜୟ ପ୍ରଧାନ, ଏଏସ୍‌ଆଇ ବିଦୂତ ଭୂଷଣ ଦାସ, ଯେମମଣୀ କିସାନ, ଶ୍ରୀନିବାସ ବିଶୋଇ, ସୌମ୍ୟ ରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, କୁମାରୀ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ନିରଞ୍ଜନ ରାଉତ, ଆକାଶ ପଟେଲ ପ୍ରମୁଖ ସାମିଲଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe