ପ୍ରତିକୂଳ ପାଗ ସତ୍ତ୍ବେ ପରୀକ୍ଷାଦେଲେ ୩୭୪ ଛାତ୍ରଛାତ୍ରୀ

‘ସମ୍ବାଦ’ର ସ୍ଵନକ୍ଷତ୍ର ଦିବସ ଅବସରରେ ରବିବାର ଦିନ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଶେଷ ହୋଇଛି। ଏହି ଅବସରରେ ସମ୍ବାଦ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

betonati

ବୈଶିଙ୍ଗା: ‘ସମ୍ବାଦ’ର ସ୍ଵନକ୍ଷତ୍ର ଦିବସ ଅବସରରେ ରବିବାର ଦିନ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଶେଷ ହୋଇଛି। ଏହି ଅବସରରେ ସମ୍ବାଦ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଭୋର ସକାଳରୁ ଲଗାଣ ବର୍ଷା ସତ୍ତ୍ବେ ଆଖପାଖ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଆସି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ନିର୍ଧାରିତ ସମୟ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ; ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆରେ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ଅନୁଷ୍ଠିତ ହୋଇଯାଇଥିଲା।

ଲଗାଣ ବର୍ଷା ସତ୍ତ୍ବେ ଆଖପାଖ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଆସି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ନିର୍ଧାରିତ ସମୟ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ; ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆରେ ଭାଷାଜ୍ଞାନ ଓ ପ୍ରବନ୍ଧ ପରୀକ୍ଷା ଅନୁଷ୍ଠିତ ହୋଇଯାଇଥିଲା।

betonati

ତୁହାକୁ ତୁହା ବର୍ଷା ହେଉଥିବା ସତ୍ତ୍ବେ ରାଇକମା କେନ୍ଦ୍ରରେ ୩୭୪ ଛାତ୍ରଛାତ୍ରୀ ଉପରୋକ୍ତ ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷ ହେବା ପରେ ବିଜ୍ଞ ବିଚାରକମାନଙ୍କ ଦ୍ବାରା ଖାତା ମୂଲ୍ୟାୟନ କରାଯାଇଥିଲେ ଵି ପ୍ରତିକୂଳ ପାଗ ପାଇଁ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିଵା ନେଇ ସ୍ଥିରୀକୃତ କରାଯାଇଛି। କେନ୍ଦ୍ରସ୍ତରରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ, ସେମାନଙ୍କ ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ କରି ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ବଛାଯିବେ। 

ତେବେ ଏହି କେନ୍ଦ୍ରରୁ ଚିତ୍ରାଙ୍କନରେ ପାର୍ବତୀ ମୁର୍ମୁ (ରାଇକମା ଆଶ୍ରମ ବିଦ୍ୟାଳୟ), ହେମାଲ ମୁର୍ମୁ (ରାଇକମା ଆଶ୍ରମ ବିଦ୍ୟାଳୟ), ଗୌରୀଶଙ୍କର ମନ୍ତ୍ରୀ (ସରସ୍ବତୀ ଶିଶୁମନ୍ଦିର, ଡମ୍ବରୁଡହର), ସେହିପରି ହସ୍ତାକ୍ଷରରେ ରାହୁଲ ବେହେରା (ରଘୁନାଥ ଉଚ୍ଚ ବିଦ୍ୟାଳୟ), ଦିବ୍ୟଜ୍ୟୋତି ବେହେରା (ରଘୁନାଥ ଉଚ୍ଚ ବିଦ୍ୟାଳୟ), ଟିକିରଞ୍ଜନ ନାୟକ (ରାଇକମା ଆଶ୍ରମ ବିଦ୍ୟାଳୟ), ସେହିପରି ଭାଷାଜ୍ଞାନରେ ଓମ ପ୍ରକାଶ ପୃଷ୍ଟି  (ରଘୁନାଥ ଉଚ୍ଚ ବିଦ୍ୟାଳୟ ), ମନୋଜ କମିଳା  (ରଘୁନାଥ ଉଚ୍ଚ ବିଦ୍ୟାଳୟ) ଓ ଲରିଆ ବେହେରା (ରଘୁନାଥ ଉଚ୍ଚ ବିଦ୍ୟାଳୟ ) ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତକାର୍ଯ୍ୟ ହୋଇଥିଲେl ରାଜ୍ୟ ସ୍ତରରେ ସେମାନେ ଉନ୍ନୀତ ହେଲେ ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe