ଥୁଲଥୁଲି ଏନକାଉଣ୍ଟର ଘଟଣା: ନକ୍ସଲଙ୍କ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

Advertisment

ଦନ୍ତେୱାଡା ସୀମାନ୍ତବର୍ତ୍ତୀ ଥୁଲଥୁଲି ଜଂଗଲରେ ଗତ ୪ ତାରିଖରେ ଘଟିଥିବା ଏନକାଉଣ୍ଟରରେ ପୁଲିସ ୩୧ ଜଣଙ୍କର ଶବ ଉଦ୍ଧାର କରିଥିବା ବେଳେ ପରେ ନକ୍ସଲ ସଂଗଠନ ପକ୍ଷରୁ ୩୫ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏବେ ପୁଣି ସଂଗଠନ ପକ୍ଷରୁ ୩୮ ଜଣଙ୍କ ମୃତ୍ୟୁ ନେଇ କରିଥିବା ସୂଚନା ପ୍ରଦାନ କରାଯାଇଛି।

ଦନ୍ତେୱାଡା ସୀମାନ୍ତବର୍ତ୍ତୀ ଥୁଲଥୁଲି ଜଂଗଲରେ ଗତ ୪ ତାରିଖରେ ଘଟିଥିବା ଏନକାଉଣ୍ଟରରେ ପୁଲିସ ୩୧ ଜଣଙ୍କର ଶବ ଉଦ୍ଧାର କରିଥିବା ବେଳେ ପରେ ନକ୍ସଲ ସଂଗଠନ ପକ୍ଷରୁ ୩୫ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏବେ ପୁଣି ସଂଗଠନ ପକ୍ଷରୁ ୩୮ ଜଣଙ୍କ ମୃତ୍ୟୁ ନେଇ କରିଥିବା ସୂଚନା ପ୍ରଦାନ କରାଯାଇଛି।

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେୱାଡା ସୀମାନ୍ତବର୍ତ୍ତୀ ଥୁଲଥୁଲି ଜଂଗଲରେ ଗତ ୪ ତାରିଖରେ ଘଟିଥିବା ଏନକାଉଣ୍ଟରରେ ପୁଲିସ ୩୧ ଜଣଙ୍କର ଶବ ଉଦ୍ଧାର କରିଥିବା ବେଳେ ପରେ ନକ୍ସଲ ସଂଗଠନ ପକ୍ଷରୁ ୩୫ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏବେ ପୁଣି ସଂଗଠନ ପକ୍ଷରୁ ୩୮ ଜଣଙ୍କ ମୃତ୍ୟୁ ନେଇ କରିଥିବା ସୂଚନା ପ୍ରଦାନ କରାଯାଇଛି। ଏମାନଙ୍କ ନାମରେ ୨ କୋଟି ୬୨ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ଏଥିସହ ୨୫୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ପୁଲିସ କହିଛି।

ଛତିଶଗଡ଼ର ବସ୍ତର ଡିଭିଜନ, ପିଏଲଜିଏ କମ୍ପାନି-୬, ଇନ୍ଦ୍ରାବତୀ ଏରିଆ କମିଟି, ପ୍ଲାଟୁନ ନମ୍ବର ୧୬ ଭଳି ସଂଗଠନର କ୍ୟାଡର ନକ୍ସଲମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ମୃତ ନକ୍ସଲ ମଧ୍ୟରୁ ଜଣେ ଡିକେଏସଜେଡସିର ସଦସ୍ୟା, ଜଣେ ସିଵାଇପିସିର କମାଣ୍ଡର,୪ ଜଣ ଡିଭିସିଏମ, ୧୮ ଜଣ ପିଏଲଜିଏ କମ୍ପାନି ନମ୍ବର ୬ର ସଦସ୍ୟ, ୨ ଜଣ ଡିକେଏସଜେଡସିର ଗାର୍ଡ, ୯ ଜଣ ଏରିଆ କମିଟି ସଦସ୍ୟ, ଜଣେ ଏରିଆ କମଟିର ପାର୍ଟି ସଦସ୍ୟ, ୨ ଜଣ ଜନ ମିଲିସିଆ।

ପୁଲିସ ଉଦ୍ଧାର କରିଥିବା ୩୧ ଜଣ ଶବ ମଧ୍ୟରୁ ୨୯ ଜଣଙ୍କର ଶବ ପରିବାର ଲୋକେ ନେଇଥିବା ବେଳେ ଶାନ୍ତି ନାମକ ମହିଳା ନକ୍ସଲର ଶବକୁ ପରିବାର ଲୋକେ ନେବାକୁ ମନା କରିଥିଲେ। ଆଗଧାଡିର ନକ୍ସଲ ନେତ୍ରୀ ନୀତି ନାମରେ ୨୫ ଲକ୍ଷ ଟଂକା ଥିବା ବେଳେ ନନ୍ଦୁ ମାଣ୍ଡବୀ ନାମରେ ୧୦ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ଅନ୍ୟମାନଙ୍କ ନାମରେ ୮ ଲକ୍ଷ,୬ ଲକ୍ଷ,୫ ଲକ୍ଷ ଏବଂ ୨ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା।

ଛତିଶଗଡ଼ ରାଜ୍ୟ ପ୍ରତିଷ୍ଠା ହେବା ପର ଠାରୁ ଏହା ସବୁଠାରୁ ବଡ ଏନକାଉଣ୍ଟର ବୋଲି କୁହାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମସିହା ମାର୍ଚ୍ଚ ସୁଦ୍ଧା ଛତିଶଗଡରୁ ନକ୍ସଲ ହଟିବା ନେଇ ଯେଉଁ ଭବିଷ୍ୟତବାଣୀର ସୂଚନା ଦେଇଛନ୍ତି ତାହା ସତ ହେବାକୁ ଯାଉଥିବା ଜଳ ଜଳ ଦିଶୁଛି। ତେବେ ସଂଗଠନ କିନ୍ତୁ ଏହି ଏନକାଉଣ୍ଟରକୁ କେବେ ଭୁଲିବ ନାହିଁ। ଆଗକୁ ସଂଗଠନ ପକ୍ଷରୁ ନିଶ୍ଚିତ ଭାବେ ଏକ ବଡ ଧରଣର ଅଘଟଣ ଘାଟାଇବାର ଯୋଜନା ପ୍ରସ୍ତୁତ କରାଯାଉଥିବା ନକ୍ସଲ ବିଶେଷଜ୍ଞମାନେ ପୂର୍ବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe