କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯିବା ଘଟଣା: ବନ୍ଧା ହେଲେ୪ ଅଭିଯୁକ୍ତ

Advertisment

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯିବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଲଇକେରା ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିସାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ଓ ମହିଳାଙ୍କ ସ୍ବାମୀ ମହେନ୍ଦ୍ର କିସାନଙ୍କୁ ଗିରଫ କରାଯାଇଛି।

Updated On

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯିବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଲଇକେରା ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିସାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ଓ ମହିଳାଙ୍କ ସ୍ବାମୀ ମହେନ୍ଦ୍ର କିସାନଙ୍କୁ ଗିରଫ କରାଯାଇଛି।

ଅଦ୍ୟତନ ହୋଇଛି
laikera

ଲଇକେରା: ସ୍ୱାମୀର ନିର୍ଯାତନା ସହି ନପାରି ହାତ ଉଠାଇଲେ ବୋଲି ମହିଳାଙ୍କୁ ଲଣ୍ଡା କରିଦେଲା କଙ୍ଗାରୁ କୋର୍ଟ। କେବଳ ସେତିକି ନୁହେଁ ବରଂ ଜାତିରୁ ବାସନ୍ଦ କରି ତାଙ୍କୁ ପୁଣି ଥରେ ଜାତିରେ ମିଶାଇବା ପାଇଁ ଖାସି ମାଂସର ଭୋଜି ସହିତ ଦୁଇଟି  ଦେଶୀ କୁକୁଡ଼ା ୫ହଜାର ଟଙ୍କା ଦେଇ ଜାତି ହେବାକୁ ବାଧ୍ୟ କରିଥିଲେ ଜାତି ସମାଜ ।   ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଇକେରା ଥାନା ଜାମମାଲ ପଞ୍ଚାୟତ  ରାଉତବାହାଲ ଗ୍ରାମରେ। ଏନେଇ ମହିଳାଙ୍କ ପୁଅ ନିରଞ୍ଜନ କିସାନ ଆଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 
ଅଭିଯୋଗ ଅନୁସାରେ, ଗ୍ରାମର ମହେନ୍ଦ୍ର କିସାନ ଓ ସ୍ତ୍ରୀ ହେମ(୪୫)ଙ୍କ ମଧ୍ୟରେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ମହେନ୍ଦ୍ର ତାର ସ୍ତି କୁ ମାଡ଼ପିଟ କରିଥଲେ । ଧସ୍ତାଧସ୍ତି ସମୟରେ  ହେମ ର ହାତ ସ୍ୱାମୀ ଦେହରେ ବାଜିଯିବାରୁ ଏହି ଘଟଣା ଜାତି ସମାଜକୁ ଯାଇଥିଲା। ସେଠାରେ ହେମଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡିତ କରାଯାଇ ତାଙ୍କୁ ନଣ୍ଡା କରାଯାଇଥିଲା। ଏହାପରେ ତାଙ୍କୁ ଦଣ୍ଡ ବିଧାନ ସ୍ୱରୂପ ଜାତିରୁ ବାସନ୍ଦ କରି ଦିଆଯାଇଥିଲା। ଜାତିରେ ମିଶାଇବା ପାଇଁ ତାଙ୍କୁ ଖାସି ମାଂସର ଭୋଜି ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଜାତିରୁ ବାସନ୍ଦ ହେଇ ଥିବାରୁ ହେମ ବାଧ୍ୟ ହୋଇ ଭୋଜି ମଧ୍ୟ ଦେଇଥିଲେ। ତାଙ୍କ ପୁଅ ନିରଞ୍ଜନ ତାମିଲନାଡୁରେ କାମ କରୁଥିବା ବେଳେ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣି ପୁଲିସରେ ଅଭିଯୋଗ କରିଥିଲେ।
ଖବର ସାମ୍ନାକୁ ଆସିବା ପରେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଲଇକେରା ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ କିସାନ, ନବୀନ ପିଙ୍ଗ, ସୁଶାନ୍ତ ପିଙ୍ଗ ଓ ମହିଳାଙ୍କ ସ୍ବାମୀ ମହେନ୍ଦ୍ର କିସାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe