ବାହାନଗା ବଜାରରେ ତେଲଙ୍ଗା କଟୁରିରେ ଆକ୍ରମଣ ଘଟଣାରେ ୪ ଜଣ ଗିରଫ

ବାହାନଗା ବଜାରରେ ସର୍ବସମ୍ମୁଖରେ ତେଲଙ୍ଗା କଟୁରି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ଆଜି ଏହି ଘଟଣାର ପୁଲିସ ପର୍ଦାଫାସ କରିବା ସହିତ ଚାରିଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ମଦ ଦୋକାନକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା।

ଗୋରୁ ଚୋରି ଅଭିଯୋଗ: ବନ୍ଧା ହେଲେ ତିନି ଯୁବକ

ସୋର: ଗତକାଲି ସନ୍ଧ୍ୟାରେ ବାହାନଗା ବଜାରରେ ସର୍ବସମ୍ମୁଖରେ ତେଲଙ୍ଗା କଟୁରି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଥିଲେ। ଆଜି ଏହି ଘଟଣାର ପୁଲିସ ପର୍ଦାଫାସ କରିବା ସହିତ ଚାରିଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ମଦ ଦୋକାନକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା।

 ବାରିକପୁର ହାଟ ନିକଟରେ ଏକ ବିଦେଶୀ ମଦ ଦୋକାନ ଅଛି। ଏହି ମଦ ଦୋକାନଟି ବାସୁଦେବପୁର ଅଂଚଳର ପିତାମ୍ବର ମଲିକ ନାମରେ ଥିବା ବେଳେ ସେ ଏହାକୁ ରେମୁଣା ଅଂଚଳର ଦୈତାରି ସ୍ବାଇଁକୁ ଚଳାଇବାକୁ ଦେଇଥିଲେ। ମାତ୍ର ଦୈତାରୀ ଏହି ଦୋକାନକୁ ବାରିକପୁର ଗ୍ରାମର ଜ୍ୟୋତିଷ ରଞ୍ଜନକୁ ଚଳାଇବାକୁ ଦେଇଥିବା ବେଳେ ଏହାକୁ ପୁଣି ଏବେ କିଛିଦିନ ପୂର୍ବରୁ ବାହାନଗା ପଥର ପେଣ୍ଠ ଅଂଚଳର ପ୍ରକାଶ ସାହୁଙ୍କୁ ଲିଜ ସୂତ୍ରରେ ଅଧିକ ଦାମରେ ଦେଇଥିଲେ। ତେବେ ଗତକାଲି ସନ୍ଧ୍ୟାରେ ପ୍ରକାଶ ଏବଂ ଦୈତାରୀଙ୍କ କର୍ମଚାରୀ ମାନେ ଦୋକାନରେ ଷ୍ଟକ ଗଣିବାକୁ ଆସିଥିଲେ ଏବଂ ଏ ବାବଦରେ ଆଲୋଚନା କରାଯାଇଥିଲା । ମାତ୍ର ସେଠାରେ ଏ ବାବଦରେ ସମାଧାନ  ନହେବାରୁ ଆଜି ଆଲୋଚନା ହେବାର ଥିଲା। ପରେ ପ୍ରକାଶ ସାହୁଙ୍କ ଗାଡ଼ିରେ ପଥର ପେଣ୍ଠ ଗ୍ରାମର କାଳନ୍ଦୀ ସାହୁ(୭୦),ମାନସ ମହାପାତ୍ର(୩୧) ଓ ପାଟଣା ଗ୍ରାମର ଦେବାନନ୍ଦ ମଳିକ (୫୦) ଘରକୁ ଫେରୁଥିବା ବେଳେ ବାହାନଗା ବଜାରରେ ୧୦ ରୁ ଉର୍ଦ୍ବ ଯୁବକ ସେମାନଙ୍କୁ ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲେ। ଫଳରେ ତିନିଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ପୁଲିସ ଡାକ୍ତରଖାନା ଓ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଚାରି ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା।ପରେ ପ୍ରକାଶ ଏ ବାବଦରେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩୬/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିବା ସହିତ   ବାରିକପୁର ଅଂଚଳର ଜ୍ୟୋତିଷ ରଞ୍ଜନ ବେହେରା (୩୪),ଖନ୍ତାପଡ଼ା ଥାନା ରସୁଲପୁର ଗ୍ରାମର ଜ୍ଞାନରଞ୍ଜନ ସ(୪୧), ରେମୁଣା ଥାନା ଉଦୟପୁର ଗ୍ରାମର ସନ୍ତୋଷ ବାରିକ (୪୦) ଓ  ବାରିକପୁର ଗ୍ରାମର ଶିଶିର କୁମାର ଦାସ (୩୧) ଙ୍କୁ ଗିରଫ କରିଥିଲେ।ରାତିରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏଥିରେ ଦଶ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ଅନ୍ୟମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe