ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଠକେଇ: ୪ ଅଭିଯୁକ୍ତ ଗିରଫ

ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ  ହୋଇଥିବା ଜଣାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ଏସ ଦେବଦତ୍ତ ସିଂ।

zx

ଭୁବନେଶ୍ୱର: ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪ ଆନ୍ତ ରାଜ୍ୟ ଠକ ଗିରଫ  ହୋଇଥିବା ଜଣାଯାଇଛି। ନିଟ୍ ପରୀକ୍ଷା ପୂର୍ବରୁ ଚାରି ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିସନର ଏସ ଦେବଦତ୍ତ ସିଂ।

ଅଭିଯୁକ୍ତମାନଙ୍କଠାରୁ ୯୪ ଲକ୍ଷ ଟଙ୍କାର ଚେକ୍ ଓ ଗୋଟିଏ ବ୍ଲଙ୍କ ଚେକ୍ ଜବତ ହୋଇଛି। ଏମାନେ ଘରୋଇ ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କଠୁ ଟଙ୍କା ନେଇଥିଲେ। ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ବି ଟଙ୍କା ନେଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି। କଡ଼ା ପଦକ୍ଷେପ ସତ୍ତ୍ବେ ଏପରି କେମିତି ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୁଲିସ।

ସେ କହିଛନ୍ତି, ଅଭିଯୁକ୍ତମାନଙ୍କଠାରୁ ୯୪ ଲକ୍ଷ ଟଙ୍କାର ଚେକ୍ ଓ ଗୋଟିଏ ବ୍ଲଙ୍କ ଚେକ୍ ଜବତ ହୋଇଛି। ଏମାନେ ଘରୋଇ ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କଠୁ ଟଙ୍କା ନେଇଥିଲେ। ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ବି ଟଙ୍କା ନେଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି। କଡ଼ା ପଦକ୍ଷେପ ସତ୍ତ୍ବେ ଏପରି କେମିତି ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୁଲିସ। ଛାତ୍ରଛାତ୍ରୀମାନଙ୍କୁ ଏହା ମାଧ୍ୟମରେ ସତର୍କ କରିଛି ପୁଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe