ଏମକେସିଜିରେ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା: ୪ ଡାକ୍ତର ବହିଷ୍କୃତ

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗର ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ଉପରୋକ୍ତ ଚାରିଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଜଣେ ପିଜି (୨ୟ ବର୍ଷ)ଅର୍ଥପେଡିକ ଡାକ୍ତର ପ୍ରିୟଜିତ ସାହୁଙ୍କୁ ୬ମାସ ଯାଏ ହଷ୍ଟେଲ ମନା ହୋଇଛି।

zxc

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରୁ ୪ଜଣ ଡାକ୍ତର ବହିଷ୍କୃତ ହୋଇଥିବା ଜଣାଯାଇଛି। ଏନେଇ ଡିଏମଇଟିଙ୍କ ନିର୍ଦ୍ଦେଶରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗର ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ଉପରୋକ୍ତ ଚାରିଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଜଣେ ପିଜି (୨ୟ ବର୍ଷ)ଅର୍ଥପେଡିକ ଡାକ୍ତର ପ୍ରିୟଜିତ ସାହୁଙ୍କୁ ୬ମାସ ଯାଏ ହଷ୍ଟେଲ ମନା ହୋଇଛି। ଏନେଇ ଡିନ୍ ତଥା ଅଧୀକ୍ଷକ ଡା. ପ୍ରଫେସର ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି।

ଯେଉଁ ୪ଜଣ ଡାକ୍ତର ବହିଷ୍କୃତ ହୋଇଛନ୍ତି, ସେମାନେ ହେଲେ ସହକାରୀ ପ୍ରଫେସର୍ (ଅର୍ଥପେଡିକ) ଡାକ୍ତର ପୁରୁଷୋତ୍ତମ ସ୍ବାଇଁ, ସିନିଅର ରେସିଡେଣ୍ଟ ଡାକ୍ତର ଆରୟନ୍ ମହାନ୍ତି(ଅର୍ଥପେଡିକ), ସିନିଅର ରେସିଡେଣ୍ଟ ଡାକ୍ତର ଚିନ୍ମୟ ପ୍ରଧାନ(ଅର୍ଥପେଡିକ) ଓ ସିନିଅର ରେସିଡେଣ୍ଟ ଡାକ୍ତର ୟଶବନ୍ତ ବୀରା(ଜେନେରାଲ୍ ସର୍ଜରି)।


 ଯେଉଁ ୪ଜଣ ଡାକ୍ତର ବହିଷ୍କୃତ ହୋଇଛନ୍ତି, ସେମାନେ ହେଲେ ସହକାରୀ ପ୍ରଫେସର୍ (ଅର୍ଥପେଡିକ) ଡାକ୍ତର ପୁରୁଷୋତ୍ତମ ସ୍ବାଇଁ, ସିନିଅର ରେସିଡେଣ୍ଟ ଡାକ୍ତର ଆରୟନ୍ ମହାନ୍ତି(ଅର୍ଥପେଡିକ), ସିନିଅର ରେସିଡେଣ୍ଟ ଡାକ୍ତର ଚିନ୍ମୟ ପ୍ରଧାନ(ଅର୍ଥପେଡିକ) ଓ ସିନିଅର ରେସିଡେଣ୍ଟ ଡାକ୍ତର ୟଶବନ୍ତ ବୀରା(ଜେନେରାଲ୍ ସର୍ଜରି)।

ସୂଚନା ଅନୁସାରେ, ପିଜି ହଷ୍ଟେଲ୍ରେ ଥିବା କ୍ୟାଣ୍ଟିନ୍ରେ କଲେଜର ଅସ୍ଥିଶଲ୍ୟ ଓ ଶିଶୁରୋଗ ବିଭାଗର ଛାତ୍ରଙ୍କ ମଧ୍ୟରେ ସମନ୍ବୟ ଅଭାବ କାରଣରୁ ବଚସା ଆରମ୍ଭ ହୋଇଥିଲା। ଅସ୍ଥିଶଲ୍ୟ ବିଭାଗର ୫ଜଣ ଛାତ୍ର  ଶିଶୁରୋଗ ବିଭାଗର ଛାତ୍ରଙ୍କୁ ମାଡ଼ ମାରିଥିଲେ। ଖବର ପାଇ ବୁଝାମଣା ପାଇଁ ଆସିଥିବା ଶିଶୁରୋଗ ବିଭାଗର ବରିଷ୍ଠ ଡାକ୍ତରଙ୍କୁ ମଧ୍ୟ ଖରାପ ବ୍ୟବହାର କରାଯାଇଥିଲା। ମାଡ଼ ଖାଇଥିବା ଛାତ୍ର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।
 ଏ ନେଇ ବିପକ୍ଷ ଗୋଷ୍ଠୀ ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ। ଏଣୁ ପୁଲିସ ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି। ମେଡିକାଲରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହ ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଛାତ୍ର ଏବଂ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ଘଟଣା ସଂପର୍କରେ ଅଧୀକ୍ଷକ ଡା. ପ୍ରଫେସର ସୁଚିତ୍ରା ଦାଶ କହିଥିଲେ ଶିକ୍ଷାନୁଷ୍ଠାନରେ ହିଂସାର ସ୍ଥାନ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe