ଖେଳୁଖେଳୁ ପୋଖରୀରେ ଖସି ପଡ଼ିଲା ୪ବର୍ଷ ବୟସର ଶିଶୁପୁତ୍ର, ମୃତଦେହ ଉଦ୍ଧାର

ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ପିଞ୍ଛାବଣିଆ ଗ୍ରାମରେ ସାଢେ ଚାରିବର୍ଷର ଶିଶୁପୁତ୍ର ଅଗଣାରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ଘର ସମ୍ମୁଖ ପୋଖରୀରେ ବୁଡ଼ିଯାଇଛି। ନାବାଳକର ମୃତଦେହ ଉଦ୍ଧାର କରାଯାଇଛି ମୃତ ଶିଶୁପୁତ୍ର ଜଣକ ହେଉଛି ଗ୍ରାମର ବାପି ହାଁସଦାଙ୍କ ଶିଶୁପୁତ୍ର ଶାଗେନ ହାଁସଦା। 

ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ପିଞ୍ଛାବଣିଆ ଗ୍ରାମରେ ଜନୈକ ସାଢେ ଚାରିବର୍ଷର ଶିଶୁପୁତ୍ର ଅଗଣାରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ଘର ସମ୍ମୁଖ ପୋଖରୀରେ ବୁଡ଼ିଯାଇଛି। ନାବାଳକର ମୃତଦେହ ଉଦ୍ଧାର କରାଯାଇଛି ମୃତ ଶିଶୁପୁତ୍ର ଜଣକ ହେଉଛି ଗ୍ରାମର ବାପି ହାଁସଦାଙ୍କ ଶିଶୁପୁତ୍ର ଶାଗେନ ହାଁସଦା। 

ପରିବାରବର୍ଗଙ୍କ ସୂଚନା ମୁତାବକ ବାପି କାମରେ ଘରୁ ବାହାରି ଯାଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଡୁମୁନି ମାଝୀ ଓ ଶାଶୁ ଥିଲେl ଉଭୟ ଶାଶୁବୋହୂ ଘରକାମରେ ବ୍ୟସ୍ତ ଥିବାବେଳେ ଶାଗେନ ଘର ଅଗଣାରେ ଖେଳାଖେଳି କରୁଥିଲା। ତେବେ ଶାଗେନ ଅସାବଧାନତାବଶତଃ ଘର ସମ୍ମୁଖ ପୋଖରୀରେ ଖସିପଡ଼ି ବୁଡ଼ି ଯାଇଥିଲେ। ଅଗଣାରେ ଶାଗେନଙ୍କୁ ନପାଇ ଘରଲୋକେ ଖୋଜାଖୋଜି କରିଥିଲେ।‌ ଶେଷରେ ପୋଖରୀରୁ ଉଦ୍ଧାର କରିବାପରେ ବେତନଟୀ ଡାକ୍ତରଖାନାକୁ ଆଣିଥିଲେ।  ସେଠାରେ କାର୍ଯ୍ୟରତ ଡାକ୍ତର ଶାଗେନଙ୍କୁ ମୃତ ଘୋଷଣା କରିବା ସହିତ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl

ଖବରପାଇ ବୈଶିଙ୍ଗା ଥାନାର ଏଏସଆଇ ଭାବଗ୍ରାହୀ ମହାନ୍ତ ବେତନଟୀ ଡାକ୍ତରଖାନାରେ ପହଞ୍ଚି ପ୍ରାଥମିକ ତଦନ୍ତ ପୂର୍ବକ ୪୮ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe