ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଲକ୍ଷ୍ମୀପୁର ଥାନାରେ ୪ ଯୁବକ ଅଟକ

Advertisment

ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଜଣେ ନାବାଳିକା ସାଙ୍ଗ ସହ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଥିଲା।

ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଜଣେ ନାବାଳିକା ସାଙ୍ଗ ସହ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଥିଲା।

ଭଗ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦରମହକୁମାର ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ବିରିଗୁଡା ଗାଁରେ ଏକ ଅଭାବନୀୟ ଘଟଣାଥିଲା। ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା। ଏହି ଅବସରରେ ଗାଁରେ ନାଟକ ମଞ୍ଚସ୍ଥ କରାଯାଇଥିଲା। ନାଟକ ଦେଖିବା ସକାଶେ ଆଖପାଖ ଗାଁର ହଜାର ହାଜର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତ୍ରିରେ ନାଟକ ଚାଲିଥିବା ବେଳେ ପରଡ଼ି ଗୁଡା ଗାଁର ଜଣେ ନାବାଳିକା ଝିଅ ନିଜ ସାଙ୍ଗଙ୍କ ସହ ନାଟକ ମଞ୍ଚସ୍ଥ ହେଉଥିବା ସ୍ଥାନରୁ ଅଳ୍ପ ଦୂରରେ ଯାଇ କଥା ହେଉଥିଲା। ନାବାଳିକା ଝିଅ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଥିଲା।

ଏପରି ସମ୍ବେଦନଶୀଳ ଘଟଣା କୋରାପୁଟ ଏସପି  ରୋହିତ ବର୍ମାଙ୍କଦୃଷ୍ଟିଗୋଚର ହେବା ପରେ କୋରାପୁଟର ଅତିରିକ୍ତ ଏସପି ମନୋଜ ପୂଜାରୀଙ୍କ ସହ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଓ କାକିରିଗୁମା ଆଇଆଇସି ଡ଼ିଡ଼ି ବାତ୍ରିଆଙ୍କୁ ତୁରନ୍ତ ଘଟଣାର ତଦନ୍ତ  ସହ ଯୁବକମାନଙ୍କୁ ଚି଼ହ୍ନଟ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟା ସମୟରେ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୪ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖା ଯାଇଥିବା ପୁଲିସ ସୂଚନା ଦେଇଛି।

ଏପରି ସମ୍ବେଦନଶୀଳ ଘଟଣା କୋରାପୁଟ ଏସପି  ରୋହିତ ବର୍ମାଙ୍କ ଦୃଷ୍ଟିଗୋଚର ହେବା ପରେ କୋରାପୁଟର 
ଅତିରିକ୍ତ ଏସପି ମନୋଜ ପୂଜାରୀଙ୍କ ସହ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଓ କାକିରିଗୁମା ଆଇଆଇସି ଡ଼ିଡ଼ି ବାତ୍ରିଆଙ୍କୁ ତୁରନ୍ତ ଘଟଣାର ତଦନ୍ତ  ସହ ଯୁବକମାନଙ୍କୁ ଚି଼ହ୍ନଟ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟା ସମୟରେ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୪ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖା ଯାଇଥିବା ପୁଲିସ ସୂଚନା ଦେଇଛି।ପୁଲିସ ୪ଜଣଙ୍କୁ ଉଠାଇ ଆଣିବା ପରେ ଥାନା ସମ୍ମୁଖରେ ପ୍ରବଳ ଗହଳି ଲାଗିରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe