ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ, ଆଗାମୀ ୧୦ ବର୍ଷ ମଧ୍ୟରେ ସଂଖ୍ୟା ହେବ ୧୦୦

ଶିମିଳିପାଳରେ ବଢ଼ୁଛି ମହାବଳ ବଂଶ। ଜିନତ୍ ଓ ଯମୁନାକୁ ମିଶାଇ ଏବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ। ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। 

tiger

ଭୁବନେଶ୍ବର: ଶିମିଳିପାଳରେ ବଢ଼ୁଛି ମହାବଳ ବଂଶ। ଜିନତ୍ ଓ ଯମୁନାକୁ ମିଶାଇ ଏବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ। ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି।  ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି।

ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି। ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। କଳା ମହାବଳ ମଧ୍ୟରୁ ୯ଟି ପୁରୁଷ କଳା ମହାବଳ ଓ ୯ଟି କଳା ବାଘୁଣୀ ଅଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖ୍ୟା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ।

ବନ୍ୟପ୍ରାଣୀ ପିସିସିଏଫଙ୍କ ସୂଚନା ଅନୁଯାୟୀ, ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି। ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। କଳା ମହାବଳ ମଧ୍ୟରୁ ୯ଟି ପୁରୁଷ କଳା ମହାବଳ ଓ ୯ଟି କଳା ବାଘୁଣୀ ଅଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖ୍ୟା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ।

ସୂଚନା ଥାଉକି, ୨୦୨୪ ରେ ହୋଇଥିବା ରାଜ୍ୟର ପ୍ରଥମ ମହାବଳ ଗଣନା ରିପୋର୍ଟ ଅନୁସାରେ, ଶିମିଳିପାଳରେ ଥିଲେ ୨୭ ମହାବଳ ସହ ୮ ଶାବକ।

tiger 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe