ବର୍ଷର ଶେଷ ରବିବାରରେ ନନ୍ଦନକାନନ ବୁଲିଲେ ୪୩ହଜାର ପର୍ଯ୍ୟଟକ

Advertisment

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୩ ହଜାର ୫୦୧ ଜଣ ପର୍ଯ୍ୟଟକ ବୁଲିଛନ୍ତି। ଫଳରେ ଏମାନଙ୍କ ଠାରୁ ମୋଟ୍ ୧୪ ଲକ୍ଷ ୨୬ ହଜାର ୬୪୦ ଟଙ୍କା ବିଭିନ୍ନ ଟିକେଟ୍ ହିସାବରେ ଆଦାୟ କରାଯାଇଛି। 

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୩ ହଜାର ୫୦୧ ଜଣ ପର୍ଯ୍ୟଟକ ବୁଲିଛନ୍ତି। ଫଳରେ ଏମାନଙ୍କ ଠାରୁ ମୋଟ୍ ୧୪ ଲକ୍ଷ ୨୬ ହଜାର ୬୪୦ ଟଙ୍କା ବିଭିନ୍ନ ଟିକେଟ୍ ହିସାବରେ ଆଦାୟ କରାଯାଇଛି। 

ନନ୍ଦନକାନନରେ ମହିଳା ପର୍ଯ୍ୟଟକ ଅଚେତ

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ଷ-୨୦୨୪ର ଶେଷ ରବିବାର ଅବସରରେ ଆଜି ପ୍ରବଳ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସରକାରୀ କାର୍ଯ୍ୟାଳୟ ସମେତ ଅନେକ ଘରୋଇ କଂପାନିର କାର୍ଯ୍ୟାଳୟ ଛୁଟି ଥିବାରୁ ହଜାର ହଜାର ଲୋକ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନନ୍ଦନକାନନରେ ବିତାଇଛନ୍ତି। ଏଠାରେ ପ୍ରବଳ ଭିଡ଼ ରହିଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ

ନନ୍ଦନକାନନ କର୍ତ୍ତୃପକ୍ଷ ତରଫରୁ ମିଳିଥିବା ସୂଚନା ଅନୁସାରେ ପ୍ରାଣୀ ଉଦ୍ୟାନରେ ଆଜି ୪୩ ହଜାର ୫୦୧ ଜଣ ପର୍ଯ୍ୟଟକ ବୁଲିଛନ୍ତି। ଫଳରେ ଏମାନଙ୍କ ଠାରୁ ମୋଟ୍ ୧୪ ଲକ୍ଷ ୨୬ ହଜାର ୬୪୦ ଟଙ୍କା ବିଭିନ୍ନ ଟିକେଟ୍ ହିସାବରେ ଆଦାୟ କରାଯାଇଛି। 

ଏହି ଖବର ପଢ଼ନ୍ତୁ: କଳାହାଣ୍ଡିର ଏହି ଚାଷୀଙ୍କୁ ‘ମନ୍ କି ବାତ୍’ରେ କାହିଁକି ପ୍ରଶଂସା କଲେ ମୋଦୀ

ଅନ୍‌ଲାଇନ୍‌ ମାଧ୍ୟମରେ ମୋଟ୍ ୩୪ ହଜାର ୭୮୭ଟି ଟିକେଟ୍ ବିକ୍ରି ହୋଇଥିଲା। ଏଥିରୁ ବୟସ୍କ ବ୍ୟକ୍ତି ୨୬ ହଜାର ୯୪୯ ଥିବା ବେଳେ ଶିଶୁ ସଂଖ୍ୟା ଥିଲା ୭୮୨୯ ଜଣ। ସେହିପରି ୯ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ରୋପ୍ୱେର ମଜା ନେଇଥିଲେ ୩୯ ଜଣ ବୟସ୍କ ଓ ୫୭ ଜଣ ଶିଶୁ। 

ଦୁଇଦିନ ପରେ କ୍ୟାଲେଣ୍ଡର ବର୍ଷ-୨୦୨୪ ଶେଷ ହେବ। ବର୍ଷର ଶେଷ ରବିବାର ଥିବାରୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଥିଲା। ନୂଆବର୍ଷରେ ମଧ୍ୟ ପର୍ଯ୍ୟଟକଙ୍କର ଭିଡ଼ ରହିବ ବୋଲି ଆଶା କରାଯାଉଛି।

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

ଅନ୍‌ଲାଇନ୍‌ ମାଧ୍ୟମରେ ୩ ହଜାର ଗୋଟିଏ ଟିକେଟ୍ ବିକ୍ରି ହୋଇଥିଲା। ସେଥିରୁ ୨୩୩୧ ଜଣ ବୟସ୍କ, ୬୭୦ ଜଣ ଶିଶୁ, ୮ଟି କ୍ୟାମେରା ଓ ୨ଟି ଏଚ୍ଡି କ୍ୟାମେରା ସାମିଲ ରହିଛି। ହ୍ବାଟ୍ସଆପ୍ ମାଧ୍ୟମରେ ମୋଟ୍ ୫୩୫୭ଟି ଟିକେଟ୍ ବିକ୍ରି ହୋଇଥିଲା। ୪୩୧୩ ବୟସ୍କ, ୧୦୩୭ ଶିଶୁ, ୭ ଜଣ ବିଦେଶୀ ନାଗରିକ, ୧୫ଟି କ୍ୟାମେରା ସାମିଲ ଥିଲା। ସେହିପରି ଆଜି ନନ୍ଦନକାନନକୁ ୨୬୯ ଜଣ ଦିବ୍ୟାଙ୍ଗ ବୁଲିବାକୁ ଯାଇଥିଲେ।

ଏହି ଖବର ପଢ଼ନ୍ତୁ: ଜୀନତ୍ ବାଘୁଣୀ ମାମଲା: ନିଜେ ସବୁ କ୍ରେଡିଟ୍ ନେଇଗଲେ ମମତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe