ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ପାଖରେ ରହିଛି ୪୪ଟି ଜମିପ୍ଲଟ୍‌

Advertisment

ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ପାଖରେ ରହିଛି ୪୪ଟି ଜମିପ୍ଲଟ। ୫୦୦ ଗ୍ରାମ୍‌ ସୁନାରେ ରହିଛି ୨ଟି ବିସ୍କୁଟ, ଯାହାର ଓଜନ ଗ୍ରାମ୍‌ ଲେଖାଏଁ। ସେହିପରି ପାଖାପାଖି ଅଢ଼େଇ କିଲୋ ରୁପା।

ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ପାଖରେ ରହିଛି ୪୪ଟି ଜମିପ୍ଲଟ। ୫୦୦ ଗ୍ରାମ୍‌ ସୁନାରେ ରହିଛି ୨ଟି ବିସ୍କୁଟ, ଯାହାର ଓଜନ ଗ୍ରାମ୍‌ ଲେଖାଏଁ। ସେହିପରି ପାଖାପାଖି ଅଢ଼େଇ କିଲୋ ରୁପା।

vigilance

ଭୁବନେଶ୍ବର: ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ପାଖରେ ରହିଛି ୪୪ଟି ଜମିପ୍ଲଟ। ୫୦୦ ଗ୍ରାମ୍‌ ସୁନାରେ ରହିଛି ୨ଟି ବିସ୍କୁଟ, ଯାହାର ଓଜନ ଗ୍ରାମ୍‌ ଲେଖାଏଁ। ସେହିପରି ପାଖାପାଖି ଅଢ଼େଇ କିଲୋ ରୁପା। ସବୁଠାରୁ ବଡ଼ କଥା ହେଲା ଟଙ୍କା ନେଣଦେଣ ନେଇ ଡାଏରିରେ ଥିବା ତଥ୍ୟ। ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଶ୍ରୀ ହାଁସଦାଙ୍କ ଠିକଣାରେ  ଓଡ଼ିଶା ବିଜିଲାନ୍ସକୁ ଆଜି ଏହି ଭଳି ତଥ୍ୟ ମିଳିଛି।  

ଭିଜିଲାନ୍ସ ବିଭାଗର ଚଢ଼ାଉ ବେଳେ ଜଣାପଡ଼ିଛି ଯେ, ଶ୍ରୀ ହାଁସଦା ୫୪ ଲକ୍ଷ ଟଙ୍କାର ବୀମା ଡିପୋଜିଟ୍‌ କରିଛନ୍ତି। ସେହିପରି ୧ କୋଟି ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟରେ ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ସାମିଲ ରହିଛି। ଭିଜିଲାନ୍ସ ଟିମ୍‌ ଅଧିକ ତଦନ୍ତ ଜାରି ରଖିଛି।  

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ବାରିପଦାଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି। ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରରେ ତାଙ୍କ ନିମ୍ନଲିଖିତ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। 

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧର ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି।

୧.ଶ୍ରୀ ହଂସଦାହଙ୍କ ବାରିପଦାର ପ୍ରଫୁଲ୍ଲ ନଗରର ଆବାସିକ ଘର ।

୨. ବୌଦ୍ଧରେ ଅବସ୍ଥିତ ତାଙ୍କର ଭଡା ଘର।

(୩) ବୌଦ୍ଧ ଜିଲ୍ଲା ବୌଦ୍ଧର ଆରଟିଓ କାର୍ଯ୍ୟାଳୟରେ ଅବସ୍ଥିତ ଶ୍ରୀ ହଂସଦାହଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ।

(୪) ମୟୂଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହା ଗ୍ରାମରେ ଅବସ୍ଥିତ ଶ୍ରୀ ହଂସଦାହଙ୍କ ପୈତୃକ ଘର।

(୫)ଭୁବନେଶ୍ୱରର ପାଣ୍ଡରାରେ ତାଙ୍କ ଝିଅଙ୍କ ଭଡ଼ାଘର।

(୬) ବାରିପଦାର ୱାର୍ଡ ନମ୍ବର ୨୮, ବାଗଡିହାରେ ତାଙ୍କ ନିକଟତମ ସହଯୋଗୀଙ୍କ ଘର।

 Odisha Vigilance

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe