ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୧୩ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ। ମଙ୍ଗଳବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ।

CFG

ବାରିପଦା:ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଘଟଣା । ଗତ ମଙ୍ଗଳବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ତେଣେ ଗତକାଲି ବିଳମ୍ବିତ ରାତିରେ ୧୨ ଜଣ ଗୁରୁତର ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିହୋଇଥିବା ଜଣାଯାଇଛି।

 ଆଜି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ ଗ୍ରାମକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାକୁ ନେଇ ତଦନ୍ତ ଚାଲିଛି । ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe