ମୟୂରଭଞ୍ଜରେ କାଳବୈଶାଖୀ: ୪୭ଟି ଗ୍ରାମର ଲୋକ ପ୍ରଭାବିତ

Advertisment

କାଳବୈଶାଖୀରେ କୁଆପଥର ଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି।

କାଳବୈଶାଖୀରେ କୁଆପଥର ଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି।

Suresh Pujahari

Suresh Pujahari Photograph: (sambad.in)

ବାରିପଦା/ରାଇରଙ୍ଗପୁର: କାଳବୈଶାଖୀରେ କୁଆପଥର ଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚାଘର ଗୁରୁତର କ୍ଷତି ଗ୍ରସ୍ତ ହୋଇଛି ଏବଂ ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି। 

ଏତଦ ବ୍ୟତୀତ ଏହି କୁଆପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି। ଏହି ପରିପ୍ରେକ୍ଷୀରେରେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ରିଲିଫ କେନ୍ଦ୍ର ଖୋଲାଯାଇ କ୍ଷତିଗ୍ରସ୍ତ ଲୋକମାନଙ୍କୁ ରଖାଯାଇଛି ଏବଂ ଘରଭାଙ୍ଗି ଯାଇଥିବା ଲୋକମାନଙ୍କୁ ୧୨୭ ଟି ପଲିଥିନ ରୋଲ ଯୋଗାଇ ଦିଆଯାଇଛି। 

ଲୋକମାନଙ୍କ ଆଶୁ ଚିକିତ୍ସା ସେବା ପାଇଁ ୫ଟି ମେଡିକାଲ ଟିମ ନିୟୋଜିତ କରାଯାଇଛି। କ୍ଷେତ୍ର ଅଧିକାରୀମାନଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରିରହିଛି। ପୂର୍ଣ୍ଣାଙ୍ଗ ଆକଳନ ପରେ ସରକାରଙ୍କ ନିୟମାନୁଯାୟୀ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ରାଜସ୍ୱ ବିପର୍ଜୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଦିନ ମୟୂରଂଭଜ ଜିଲ୍ଲା ଗସ୍ତରେ ଆସିବେ। ଏହି ଗସ୍ତକାଳରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ସମୀକ୍ଷା କରିବେ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରୂପ ଦେଖାଦେଇଥିଲା। ଉପଖଣ୍ଡର ରାଇରଙ୍ଗପୁର ପୌରପରିଷଦ, ରାଇରଙ୍ଗପୁର ବ୍ଲକ୍, ବିଜାତଳା, କୁସୁମୀ, ଜାମଦା, ବହଳଦା ପ୍ରଭୃତି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଝଡ଼ ତୋଫାନ, ବର୍ଷା ସହିତ କୁଆପଥର ମାଡ ଯୋଗୁଁ ବହୁ ଲୋକଙ୍କ ଛପର ଉଡିଯାଉଥିବା ବେଳେ କିଛି ଲୋକଙ୍କ ଛାତ ଓ ଛପର ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଝଡ଼ର ସାମ୍ନା କରିଥିବା ଲୋକେ ସରକାରୀ ସହାୟତା ଦରକାର କରୁଛନ୍ତି। 

Mayurbhanj | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe