ଭୁବନେଶ୍ବର: ପ୍ରାୟ ଏକ ମାସ ପରେ ରାଜ୍ୟରେ ପୁଣି ଥରେ ପାରଦ ବଢ଼ିଛି। ଦୁଇ ଦିନ ହେଲା ତାପମତ୍ରା ରାଜ୍ୟବାସୀଙ୍କୁ ଅଧିକ କଷ୍ଟ ଦେଇଛି। ଅଂଶୁଘାତଜନିତ ଯଦିଓ କୌଣସ ଅଘଟଣ ଘଟି ନାହିଁ, ତଥାପି ସେହିଭଳି ପରିସ୍ଥିତି ଦୃଷ୍ଟିଗୋଚର ହେଉଛି। ରାଜ୍ୟରେ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି। ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଲୋକମାନଙ୍କର ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
ପ୍ରବଳ ରୌଦ୍ରତାପଜନିତ ଅସୁସ୍ଥତା ମଧ୍ୟ ବଢ଼ିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୯ ଜଣ ଲୋକ ରୌଦ୍ରତାପଜନିତ କାରଣରୁ ଏପ୍ରିଲ ୨୦ ତାରିଖ ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଥିରୁ ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ସାମିଲ ଅଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଦେବଗଡ଼ରେ ୬ ଜଣ, ଖୋର୍ଦ୍ଧା, ମୟୂରଭଂଜ ଓ କେନ୍ଦୁଝରରେ ଜଣେ ଲେଖାଏଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଦିନକୁ ଦିନ ତାପମାତ୍ରା ଅସହ୍ୟ ହେବାରେ ଲାଗିଛି। ଆଜି ଅପରାହ୍ଣ ସାଢ଼େ ୨ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରି ରେକର୍ଡ କରାଯାଇଛି।
ପ୍ରବଳ ଖରାେ ଯୋଗୁଁ ଅପରାହ୍ଣ ସାଢ଼େ ୨ଟାରେ ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨, କେନ୍ଦୁଝର ୩୭.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ୩୭.୬, ବାଲେଶ୍ବର ୩୬.୨, ଭୁବନେଶ୍ବର ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିପାରେ ବୋଲି ରାଜ୍ୟବାସୀ ପୂର୍ବାନୁମାନ କରିଛି।
Sambalpur
Follow Us