Life Sentence: ହତ୍ୟାକାଣ୍ଡ ମାମଲା: ଗୋଟିଏ ପରିବାରର ୫ଜଣଙ୍କୁ ଆଜୀବନ କାରାଦଣ୍ଡ

Advertisment

ରାୟଗଡା ସହରର ବୁଦୁରାବାଲସା ସାହିରେ ୨୦୧୫ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ରାୟଗଡ଼ା ଜିଲ୍ଲା ଦୌରା ଜର୍ଜ ସତ୍ୟନାରାୟଣ ଷଡ଼ଙ୍ଗୀ life sentence କାରାଦଣ୍ଡାଦେଶ ଶୁଣାଇଛନ୍ତି।  

ରାୟଗଡା ସହରର ବୁଦୁରାବାଲସା ସାହିରେ ୨୦୧୫ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ରାୟଗଡ଼ା ଜିଲ୍ଲା ଦୌରା ଜର୍ଜ ସତ୍ୟନାରାୟଣ ଷଡ଼ଙ୍ଗୀ life sentence କାରାଦଣ୍ଡାଦେଶ ଶୁଣାଇଛନ୍ତି।  

Untitled-12

Life Sentence Photograph: (Sambad.in)

ରାୟଗଡା: ରାୟଗଡା ସହରର ବୁଦୁରାବାଲସା ସାହିରେ ୨୦୧୫ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ରାୟଗଡ଼ା ଜିଲ୍ଲା ଦୌରା ଜର୍ଜ ସତ୍ୟନାରାୟଣ ଷଡ଼ଙ୍ଗୀ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।  କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ଜେଲରେ ରହିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିଲା

୨୦୧୫ ମସିହାରେ ରାୟଗଡା ସହରର ବୁଦୁରାବଲାସା ନିକଟସ୍ଥ ମଝିଘରିଆଣୀ ମଣ୍ଡପ ନିକଟରେ ରହୁଥିବା ଭାରତୀୟ ଖାଦ୍ୟ ନିଗମରେ ଖଲାସି ରୂପେ କାର୍ଯ୍ୟ କରୁଥିବା  କେ.ଆପଲା ନାରାୟଣଙ୍କୁ ସାହିରେ ସଂଘବଦ୍ଧ  ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ପି .ସୂରିଆ ରାଓ, ପି ଶଙ୍କର ରାଓ, ପି ଶ୍ରୀନୁ, ପି ତ୍ରିନାଥ ରାଓ ଓ ପି ସତ୍ୟା । ଅଭିଯୁକ୍ତମାନେ ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି।  ଏହି ମାମଲାରେ ସରକାରୀ ଓକିଲ ବିକ୍ରମ ନାରାୟଣ କୁଣ୍ଡୁ ମକଦ୍ଦମା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ:Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ

ଆହୁରି ପଢ଼ନ୍ତୁ:17 Detained Bhadrak Bangladeshi Link: ଭଦ୍ରକରେ ବଙ୍ଗଳାଦେଶୀ ସନ୍ଦେହରେ ୧୭ ଅଟକ, ଚାଲିଛି ପ୍ରମାଣପତ୍ର ଯାଞ୍ଚ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe