ନକ୍ସଲ ସଂଗଠନକୁ ବଡ଼ ଝଟକା: ୫୦ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେଲେ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭ ମାଓବାଦୀ ନିହତ ହୋଇଥିବାରୁ ୨୪ ଘଣ୍ଟା ନପୁରୁଣୁ ଆଜି ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ୫୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାର ସମସ୍ତ ଜିଲ୍ଲା ଅଧିକାରୀ ସମେତ ଜିଲ୍ଲା ଏସପିଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି।

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭ ମାଓବାଦୀ ନିହତ ହୋଇଥିବାରୁ ୨୪ ଘଣ୍ଟା ନପୁରୁଣୁ ଆଜି ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ୫୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାର ସମସ୍ତ ଜିଲ୍ଲା ଅଧିକାରୀ ସମେତ ଜିଲ୍ଲା ଏସପିଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାଧ୍ୟରେ ପିଏଲଜିଏ ସଦସ୍ୟ, ଏସିଏମ, ଜନତାନା ସରକାର ଅଧ୍ୟକ୍ଷ, କେଏଏମଏସ ଅଧ୍ୟକ୍ଷ, ସିଏନଏମ ଅଧ୍ୟକ୍ଷ, ମିଲିସିଆ କମାଣ୍ଡର, ଡେପୁଟି କମାଣ୍ଡର, ମିଲିସିଆ ପ୍ଲାଟୁନ ସଦସ୍ୟ ଭଳି ବହୁ ମାଓବାଦୀ ରହିଛନ୍ତି।

ଏମାନଙ୍କ ମଧ୍ୟରୁ ୧୩ ଜଣ  ନାମରେ ୬୮ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଲଗାତାର ପୁଲିସର ଚଢାଉ ଏବଂ ଏନକାଉଣ୍ଟରରେ ନକ୍ସଲଙ୍କର ମୃତ୍ୟୁ ହେଉଥିବା ନେଇ ଅନ୍ୟ ନକ୍ସଲମାନେ ଭୟଭୀତ ହୋଇଥିବା କୁହାଯାଇଛି। ଚଳିତ ବର୍ଷ ସୁଦ୍ଧା ୧୫୩ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୧୫୭ ଜଣ ମାଓବାଦୀ ଆତ୍ମସମର୍ପଣ କରିସାଲିଣି। 

publive-image

ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ହେଲେ ରବୀନ୍ଦ୍ର କରାମ(୧୯), ଲୋନି ପରିସି(୨୨), ରାକେଶ କଡ଼ତି(୩୦), କୋପେ ଲେକାମ(୨୫), ଶାନ୍ତି ତାତି(୨୨), ସୋନୁ ହେମଲା(୨୦), ଭିମା ଓୟାମ(୩୬), ପାୟକି ହପକା(୩୦), ସୋନୁ ତାତି(୨୮), ପୋଜା ତାତି(୨୨), ନାନି ମାଡବି(୩୫), ବୁଧୁରାମ ପଦମ(୨୮), ପାୟକି ପୋଟାମ(୩୮), ଆୟତୁ ପୋଟାମ(୪୮), ଆୟତୁ କୁରସାମ(୨୮), ଲକ୍ଷ୍ମଣ ପଦମ(୨୦), ଲଛୁ ହେମଲା(୪୦), ଲଛୁ ହେମଲା (୨୩), ରାନୁ ପୁନେମ(୩୦), ସୁଦରୁ କୁରସାମ(୨୮), ସନ୍ନୁ ତାତି(୨୯), ରେନୁ ପୋଟାମ(୨୨), ସୁଖରାମ ପୋଟାମ(୨୩), ସନ୍ନୁ ପଦମ(୩୦), ଲକ୍ଷ୍ମଣ ପୁନେମ(୩୦), ଆୟତୁ ପୋଟାମ(୨୫), ଲକ୍ଷ୍ମଣ ପୋଟାମ(୪୪), ପାକଲୁ ପୋଟାମ(୩୫), ସନ୍ନୁ କରାମ(୩୫), ସୁଖରାମ ପୋଟାମ(୩୫), ବଦରୁ ପୁନେମ(୨୨), ମଙ୍ଗୁ ପୁନେମ(୩୨), ଛୋଟି ପଟାମ(୧୯), ମଙ୍ଗି ତାତି(୨୭), ସୋମୁ ପୋଟାମ(୩୯), ଲଖି ପଟାମ(୩୭), ସୁକ୍କି ପୋଟାମ(୩୦), ମଙ୍ଗୁ ପୋଟାମ(୪୨), ଲକ୍ଷ୍ମଣ ଓୟାମ(୪୦), ନାରାୟଣ ଗଟପଲି(୩୨), ପଙ୍କଜ ମଡକମ(୩୨), ହୁଙ୍ଗା ତାତି(୨୬), ବୁଦରା ମାଡକାମ(୩୩), ଦେବା ମାଡବି(୨୪), ଲଖମେୟା ପଡିଆମି(୨୫), ବୁଦୁ ହେମଲା(୫୩), ସୁଦୁର ପଦମ(୨୬) ଏବଂ ବୁଧୁରାମ କୋଡିଆ(୩୮)। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe