ପାଞ୍ଚ ଶହ ଚାରା ରୋପଣ କଲେ ମୁଣ୍ଡାଗୁଡ଼ା ଗ୍ରାମବାସୀ

Advertisment

ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କ୍ଷେତ୍ରରେ ଅଧିଜ ସମସ୍ୟା ଦେଖା ଦେଇଛି। ତେଣୁ ଜଙ୍ଗଲ ସୃଷ୍ଟି ସହ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କ୍ଷେତ୍ରରେ ଅଧିଜ ସମସ୍ୟା ଦେଖା ଦେଇଛି। ତେଣୁ ଜଙ୍ଗଲ ସୃଷ୍ଟି ସହ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

c2cd6ec3-89ad-4278-bffa-d3c74744a591

ଝରିଗାଁ: ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କ୍ଷେତ୍ରରେ ଅଧିଜ ସମସ୍ୟା ଦେଖା ଦେଇଛି। ତେଣୁ ଜଙ୍ଗଲ ସୃଷ୍ଟି ସହ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ଉପାନ୍ତ ଅଞ୍ଚଳର ଲୋକମାନେ ମଧ୍ୟ ସଚେତନତା ହୋଇ ବୃକ୍ଷ ରୋପଣ ସହ ସୁରକ୍ଷା ଦାଇତ୍ୱ ନେଉଛନ୍ତି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ମୁଣ୍ଡାଗୁଡ଼ା ଗ୍ରାମର ଗ୍ରାମବାସୀ ପରିବେଶ ସୃଷ୍ଟି ସହ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଚଳିତ ବର୍ଷ ଗ୍ରାମରେ ନୂତନ ଚାରା ରୋପଣ ସହ ଏହାର ଯତ୍ନ ନେବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇ ଥିଲେ।ଝରିଗାଁ ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା ସଂଗ୍ରହ କରି ମୁଣ୍ଡାଗୁଡା ଗ୍ରାମକୁ ନେଇ ଥିଲେ। 

ଶୁକ୍ରବାର ସକାଳୁ ଗ୍ରାମବାସୀ ଏକତ୍ରିତ ହୋଇ ମୁଣ୍ଡାଗୁଡ଼ା ଶ୍ମଶାନ ପରିସରରେ ପ୍ରଥମେ ପୂଜା ପାଠ କରିବା ପରେ ଗାତ ଖଳିବା ସହ ଚାରା ରୋପଣ କରିଥିଲେ। ପ୍ରାୟ ପାଞ୍ଚ ଶହ ଚାରା ରୋପଣ କରିବା ସହ ଚାରା ଗୁଡ଼ିକ କିଭଳି ଭାବେ ଜୀବିତ ହୋଇ ରହିବ ସେନେଇ ଗ୍ରାମବାସୀ ଯତ୍ନ ନେବେ ବୋଲି ନିଷ୍ପତ୍ତି ହୋଇଛି। ମୁଣ୍ଡାଗୁଡ଼ା ଗ୍ରାମର କର୍ଣ୍ଣ ସାନ୍ତା, ବେଣୁ ସାନ୍ତା, କମଳ ଚନ ସାନ୍ତା, ସୋନୁ ସାନ୍ତା, ଲଛମନ ସାନ୍ତା, ଭଗବାନ ସାନ୍ତା, ଗୁରୁବାରୁ ସାନ୍ତା, ତ୍ରିନାଥ ସାନ୍ତା, ସାଧୁ ସାନ୍ତା, ବିଶ୍ଵନାଥ ସାନ୍ତା ପ୍ରମୁଖ ସହ ଗ୍ରାମବାସୀ ଚାରା ରୋପଣ କରିଥିଲେ।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe