ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ  ୫୮୦ଟି ଗୃହ ଓ ଜମି ସମ୍ପତ୍ତି ହେଲା ପଞ୍ଜୀକୃତ

Advertisment

ବିଡିଏ ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପରିବର୍ତ୍ତନ ପାଇଁ ଆବେଦନ ହୋଇଥିବା ୮୬୭  ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହଜମିର ହସ୍ତାନ୍ତରୀକରଣ ପତ୍ର ବିଡ଼ିଏ  ପକ୍ଷରୁ ପଞ୍ଜୀକରଣ କରାଯାଇଛି।

Updated On

ବିଡିଏ ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପରିବର୍ତ୍ତନ ପାଇଁ ଆବେଦନ ହୋଇଥିବା ୮୬୭  ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହଜମିର ହସ୍ତାନ୍ତରୀକରଣ ପତ୍ର ବିଡ଼ିଏ  ପକ୍ଷରୁ ପଞ୍ଜୀକରଣ କରାଯାଇଛି।

ଅଦ୍ୟତନ ହୋଇଛି
BDA

BDA Photograph: (Sambad )

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପରିବର୍ତ୍ତନ ପାଇଁ ଆବେଦନ ହୋଇଥିବା ୮୬୭  ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହଜମିର ହସ୍ତାନ୍ତରୀକରଣ ପତ୍ର ବିଡ଼ିଏ  ପକ୍ଷରୁ ପଞ୍ଜୀକରଣ କରାଯାଇଛି। ସେଥିମଧ୍ୟରୁ ୪୬୨ଟି ଆବେଦନ ଅନଲାଇନ୍ ମାଧ୍ୟମରେ ପଞ୍ଜୀକୃତ ହୋଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ କରିବା ପାଇଁ ଅନଲାଇନ୍ ଆବେଦନ କରିବାର ୱେବସାଇଟ୍‌ଟି ହେଉଛି https://bda.gov.in । ଇଚ୍ଛୁକ ବ୍ୟକ୍ତିମାନେ ଏହି ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ  କରିପାରିବେ।

ଏହାର ପ୍ରଥମ ପର୍ଯ୍ୟାୟରେ ୨୪ଟି ଗୃହ ଯୋଜନାକୁ ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡରେ ପରିବର୍ତ୍ତିତ କରିବା ପାଇଁ ଚୟନ କରାଯାଇଛି। ଏଥିମଧ୍ୟରେ ପୋଖରୀପୁଟର(୧,୨,୩ ଫେଜ୍), ଚନ୍ଦ୍ରଶେଖରପୁରେ ଥିବା ପ୍ରାଚୀ ଏନ୍‌କ୍ଲେଭ୍‌ ପ୍ଲଟ୍ ଯୋଜନା, ଲୁମ୍ବିନୀ ବିହାର  ହାଉସିଂ ଯୋଜନା, ପାତ୍ରପଡାର ଉଦୟଗିରି ବିହାର ଏବଂ ଭିମପୁରର ଲିଙ୍ଗରାଜ ବିହାର ଏଥିରେ ଅନ୍ତର୍ଭୁକ୍ତ ରହିଛି। ସେହିଭଳି ବିଡିଏ ପକ୍ଷରୁ ଅନ୍ୟ ଗୃହଯୋଜନା ଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଏଥିରେ ସାମିଲ  କରିବାର  ଯୋଜନା ରହିଛି।

ରାଜ୍ୟ ସରକାରଙ୍କ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଧାରିତ ୨୦୨୪ର ନୂଆ ବେଞ୍ଚମାର୍କ ମୂଲ୍ୟାୟନ ଅନୁଯାୟୀ ଗୃହଜମି ପରିବର୍ତ୍ତନ ଶୁଳ୍କ ଘରବାଡ଼ି ଜମିର ୩% ରଖାଯାଇଛି। ଏହି ଶୁଳ୍କ ଦେଇ ଜମିମାନଙ୍କୁ ଫ୍ରିହୋଲ୍ଡ କରିବାର ସୁଯୋଗ ପାଇପାରିବେ।  

ଜମି ପରିବର୍ତ୍ତନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା:

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି କୌଣସି ଜମି ବ୍ୟାଙ୍କ୍ କିମ୍ବା ଅନ୍ୟ ଭିତ୍ତିୟ ସଂସ୍ଥା ନିକଟରେ ବନ୍ଧକ ରହିଛି, ତେବେ ସେହି ସଂସ୍ଥାର ଆପତ୍ତି ନଥିବା ପ୍ରମାଣପତ୍ର ବା (ଏନ୍ଓସି) ମିଳିବା ପରେ ହିଁ ଜମି ପରିବର୍ତ୍ତନ ପ୍ରକ୍ରିୟା ଆଗକୁ ବଢ଼ିବ। ଅନ୍ୟପଟେ, ଆବେଦନକାରୀ ଜମି ସମ୍ପର୍କିତ କୌଣସି ନ୍ୟାୟିକ ବିବାଦ ନଥିବା ବିଷୟରେ ଏକ ଶପଥପତ୍ର (ଆଫିଡେଭିଟ୍) ଦାଖଲ କରିବା ଆବଶ୍ୟକ। ଯଦି ଜମି ସମ୍ପର୍କିତ କୌଣସି ମାମଲା ଚାଲିଛି, ତେବେ ମାମଲା ସମାପ୍ତ ହୋଇ ଅଦାଲତ ଶେଷ ଆଦେଶ ମିଳିବା ପରେ ହିଁ ଏହି ଆବେଦନକୁ ପୁଣି ବିଚାରକୁ  ନିଆଯିବ।

ଯେଉଁ  ଆବେଦନକାରୀ ସରକାରୀ, ସାର୍ବଜନୀନ ଉଦ୍ୟୋଗ, କିମ୍ବା ବିଡିଏ ଅଧିକାର କ୍ଷେତ୍ର ଥିବା ଜମି ଜବରଦଖଲ କରିଛନ୍ତି। ତା'ହେଲେ ଉକ୍ତ ଜମି ପ୍ରଥମେ ଖାଲି ନ କରିବା ଯାଏଁ ତାଙ୍କୁ ଏହି ଯୋଜନାରୁ ବାଦ ଦିଆଯିବ। ସେହିଭଳି  ଆବେଦନକାରୀ ଉପରେ ପ୍ରଦତ୍ତ କୌଣସି ଜମି ଜବରଦଖଲରେ ନ ଥିବା  ନେଇ ଏକ ଶପଥପତ୍ର ବା (ଆଫିଡେବିଟ୍) ଦାଖଲ କରିବାକୁ ହେବ।

ଯେଉଁମାନେ  ବିଡ଼ିଏ ଦ୍ୱାରା ଆବଣ୍ଟିତ ପ୍ଲଟ୍ ଉପରେ ଘର  ନିର୍ମାଣ କରିଛନ୍ତି ଏବଂ ସେଠାରେ ୫ ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଛନ୍ତି। ତାହେଲେ, ସେମାନେ ଫ୍ରିହୋଲ୍ଡ ବ୍ୟବସ୍ଥା  ପାଇଁ ଆବେଦନ କରିପାରିବେ। କିନ୍ତୁ, ଫ୍ରିହୋଲ୍ଡ ପରିବର୍ତ୍ତନ ପାଇଁ ଆବେଦନ କରିବା ପୂର୍ବରୁ ସେମାନଙ୍କର ବିଡ଼ିଏ ସହିତ ଏକ ଲିଜ୍ ଡିଡ୍  ହେଇଥିବା ନିହାତି ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe