୫ଟି ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Advertisment

ଆଜି ୫ଟିକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ୫ଟି ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଆଜି ୫ଟିକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ୫ଟି ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

nityananda

ଭୁବନେଶ୍ବର: ଆଜି ୫ଟିକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଧାୟକ ଭାସ୍କର ମଢେଇ ୫ଟି ସ୍କୁଲରେ ଦୁର୍ନୀତିର ତଦନ୍ତ ହୋଇଛି କି ଏବଂ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ବିଧାୟକ। ଏହାର ଉତ୍ତର ରଖି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯେଉଁଠି ୫ଟି ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଛି, ତେବେ ସେଠାରେ ତଦନ୍ତ ହୋଇଛି। ଆଗକୁ ବି ଯଦି ଦୁର୍ନୀତି ହୋଇଥିବା ନଜରକୁ ଆସିବ,ବିଭାଗ ତାର ଅନୁଧ୍ୟାନ କରିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। 

ଯେଉଁ ଯେଉଁ ସ୍ଥାନରେ ୫ଟିରେ ଦୁର୍ନୀତି ହୋଇଛି, ସେ ସବୁକୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେବାକୁ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି। ସେ କହିଛନ୍ତି, ବିନା ଟେଣ୍ଡରରେ ୫ଟି କାମ ହୋଇଛି। ୫ଟିରେ ଫାଟ ଦେଖାଗଲାଣି । ୫ଟି ବିଲଡିଂରେ ବଡ଼ ଦୁର୍ନୀତି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ସରକାର। ଏହାକୁ ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି,  ଗୁରୁତର ସହ ବିଭାଗ ବିଚାର କରୁଛି। ଯଦି ଆବଶ୍ୟକ ପଡେ, ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ବିଭାଗ ବିଚାର କରିବ ବୋଲି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। 

ଏହି ପ୍ରସଙ୍ଗରେ ପ୍ରଶ୍ନ କରି ଉଦବେଗ ପ୍ରକାଶ କରିଛନ୍ତି କଟକ ବାରବାଟୀ ବିଧାୟିକା। ୫ଟି ସ୍କୁଲ ରୂପାନ୍ତରିତ ପାଇଁ କେତେ ଖର୍ଚ୍ଚ ହୋଇଛି ବୋଲି ତାଙ୍କ ପ୍ରଶ୍ନରେ ଉତ୍ତର ରଖି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୫ଟିରେ ରୂପାନ୍ତରିକରଣ ପାଇଁ ଖର୍ଚ୍ଚ ହୋଇଛି ହଜାର କୋଟି ଟଙ୍କା। ୨୦୨୦-୨୧ ବର୍ଷରେ ୨୧ ଲକ୍ଷ ହଜାର ୭୯୬ ପିଲା ଥିବା ବେଳେ ୨୩-୨୪ରେ ୨୧ ଲକ୍ଷ ୧୦ ହଜାର ୪୯୩ ପିଲା ଥିଲେ

ଯେଉଁ ଯେଉଁ ସ୍ଥାନରେ ୫ଟିରେ ଦୁର୍ନୀତି ହୋଇଛି, ସେ ସବୁକୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେବାକୁ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି। ସେ କହିଛନ୍ତି, ବିନା ଟେଣ୍ଡରରେ ୫ଟି କାମ ହୋଇଛି। ୫ଟିରେ ଫାଟ ଦେଖାଗଲାଣି । ୫ଟି ବିଲଡିଂରେ ବଡ଼ ଦୁର୍ନୀତି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ସରକାର। ଏହାକୁ ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି,  ଗୁରୁତର ସହ ବିଭାଗ ବିଚାର କରୁଛି। ଯଦି ଆବଶ୍ୟକ ପଡେ, ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ବିଭାଗ ବିଚାର କରିବ ବୋଲି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe