ଆଉଟ୍‌ସୋର୍ସିଂ ସଂସ୍ଥା ଭରସାରେ ଆର୍‌ଜିଏଚ୍‌ : ୬୦ ଡାକ୍ତର ପଦ ଖାଲି

ଆର୍‌ଜିଏଚ୍‌ରେ ୧୩୮ ଜଣ ଡାକ୍ତର ପଦ ଥିଲାବେଳେ ଅଛନ୍ତି ମାତ୍ର ୭୮ ଜଣ। ଏବେ ବିଭିନ୍ନ ବିଭାଗରେ ୬୦ ଡାକ୍ତର ପଦ ଖାଲି ପଡ଼ିଛି। କେବେ ପୂରଣ ହେବ, କାହାରି ପାଖରେ ଉତ୍ତର ନାହିଁ। ସେପଟେ କିନ୍ତୁ ସ୍ବାସ୍ଥ୍ୟସେବା ନାଁରେ ସରକାରୀ ପାଣ୍ଠି ଲୁଟିବାକୁ ଆଉଟ୍‌ସୋର୍ସିଂ ସଂସ୍ଥା ପାଇଁ ବାଟ ଖୋଲି ଦିଆଯାଇଛି।

ରାଉରକେଲାରେ ୪ ଜୀବନ ନେଲା ଝାଡ଼ାବାନ୍ତି

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ୪୦୦ ଶଯ୍ୟା ଡାକ୍ତରଖାନାର ମାନ୍ୟତା ପାଇଛି। ଡାକ୍ତର, ନର୍ସିଂ ଅଫିସର, ଟେକ୍ନିସିଆନ୍‌ଠୁ ଆରମ୍ଭ କରି ପାଖାପାଖି ୬୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୪୨୬ କର୍ମଚାରୀ ହେଉଛନ୍ତି ଆଉଟ୍‌ସୋର୍ସିଂ ସଂସ୍ଥାର। ୫ଟି ସଂସ୍ଥା ପକ୍ଷରୁ ୪୨୬ କର୍ମଚାରୀ ବିଭିନ୍ନ ବିଭାଗରେ ନିୟୋଜିତ ଥିବା କାଗଜପତ୍ରରେ ଦର୍ଶାଯାଇଛି। ବାସ୍ତବରେ କିନ୍ତୁ ଆର୍‌ଜିଏଚ୍‌ରେ ସେତିକି ଲୋକ କାମ କରୁନଥିବା ଅଭିଯୋଗ ହେଉଛି, ଯାହା ତଦନ୍ତ ସାପେକ୍ଷ। ୩ଟି ପ୍ରମୁଖ ଆଉଟ୍‌ସୋର୍ସିଂ ସଂସ୍ଥା ୧୫ କୋଟିରୁ ଟଙ୍କା ଅଧିକ ନେଇଥିବା ନିକଟରେ ସ୍ବାସ୍ଥ୍ୟବିଭାଗର ସ୍ବତନ୍ତ୍ର ଅଡିଟ୍‌ ଧରିବା ପରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟବିଭାଗ ଚୁପ୍‌ ବସିଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟ ସ୍ବର ଉତ୍ତୋଳନ କରୁନାହାନ୍ତି। ଯାହାର ଭରପୂର ଫାଇଦା ଉଠାଉଛନ୍ତି ଏହି ୫ଟି ଆଉଟ୍‌ସୋର୍ସିଂ ସଂସ୍ଥା। ସେମାନେ ବର୍ଷବର୍ଷ ଧରି ଆର୍‌ଜିଏଚ୍‌କୁ ଚଳାଉଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ଉପରେ ହାକିମାତି ମଧ୍ୟ ଦେଖାଉଛନ୍ତି। ପ୍ରତିବାଦ କରିବାକୁ କେହି ନାହିଁ।

 ଆର୍‌ଜିଏଚ୍‌ରେ ୧୩୮ ଜଣ ଡାକ୍ତର ପଦ ଥିଲାବେଳେ ଅଛନ୍ତି ମାତ୍ର ୭୮ ଜଣ। ଏବେ ବିଭିନ୍ନ ବିଭାଗରେ ୬୦ ଡାକ୍ତର ପଦ ଖାଲି ପଡ଼ିଛି। କେବେ ପୂରଣ ହେବ, କାହାରି ପାଖରେ ଉତ୍ତର ନାହିଁ। ସେପଟେ କିନ୍ତୁ ସ୍ବାସ୍ଥ୍ୟସେବା ନାଁରେ ସରକାରୀ ପାଣ୍ଠି ଲୁଟିବାକୁ ଆଉଟ୍‌ସୋର୍ସିଂ ସଂସ୍ଥା ପାଇଁ ବାଟ ଖୋଲି ଦିଆଯାଇଛି। ଗୋଟିଏଗୋଟିଏ କାମରେ ଆବଶ୍ୟକତାଠୁ ଅଧିକ ଠିକା କର୍ମଚାରୀ କାମ କରୁଛନ୍ତି। ଏମାନଙ୍କୁ ବାରଣ କରିବାକୁ ଯେମିତି ଆର୍‌ଜିଏଚ୍‌ରେ କେହି ନାହାନ୍ତି।

 ଆର୍‌ଜିଏଚ୍‌ରେ ୧୩୮ ଜଣ ଡାକ୍ତର ପଦ ଥିଲାବେଳେ ଅଛନ୍ତି ମାତ୍ର ୭୮ ଜଣ। ଏବେ ବିଭିନ୍ନ ବିଭାଗରେ ୬୦ ଡାକ୍ତର ପଦ ଖାଲି ପଡ଼ିଛି। କେବେ ପୂରଣ ହେବ, କାହାରି ପାଖରେ ଉତ୍ତର ନାହିଁ। ସେପଟେ କିନ୍ତୁ ସ୍ବାସ୍ଥ୍ୟସେବା ନାଁରେ ସରକାରୀ ପାଣ୍ଠି ଲୁଟିବାକୁ ଆଉଟ୍‌ସୋର୍ସିଂ ସଂସ୍ଥା ପାଇଁ ବାଟ ଖୋଲି ଦିଆଯାଇଛି। ଗୋଟିଏଗୋଟିଏ କାମରେ ଆବଶ୍ୟକତାଠୁ ଅଧିକ ଠିକା କର୍ମଚାରୀ କାମ କରୁଛନ୍ତି। ଏମାନଙ୍କୁ ବାରଣ କରିବାକୁ ଯେମିତି ଆର୍‌ଜିଏଚ୍‌ରେ କେହି ନାହାନ୍ତି। ମିଳିଥିବା ତଥ୍ୟଅନୁଯାୟୀ ଆର୍‌ଜିଏଚ୍‌ରେ ଓମ୍‌ ସାରଳା ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୯୩ ଜଣ ସିକ୍ୟୁରିଟି ଗାର୍ଡ କାର୍ଯ୍ୟ କରୁଛନ୍ତି। ଜଣେ ଗାର୍ଡ ପିଛା ଆର୍‌ଜିଏଚ୍‌ ମାସିକ ୧୩ ହଜାର୬୭୨ ଟଙ୍କା ଦେଉଛି। ଭୁବନେଶ୍ବରର ପରିତୋଷ ସର୍ଭିସ୍‌ ଏଜେନ୍ସି ପକ୍ଷରୁ  ୧୧ ଜଣ ହେଲ୍‌ପ ଡେକ୍ସ ମ୍ୟାନେଜର ନିଯୁକ୍ତି ପାଇଛନ୍ତି। ପ୍ରତ୍ୟେକଙ୍କୁ ମାସିକ ୧୫ ହଜାର ଟଙ୍କା ଦିଆଯାଉଛି। ଭୁବନେଶ୍ବରର ଏକ୍‌ଜିକ୍ୟୁଟିଭ୍‌ ସିକ୍ୟୁରିଟି ସର୍ଭିସସ୍‌ ପକ୍ଷରୁ ୪ ଜଣ ଏମ୍‌ଆର୍‌ଏ ନିଯୁକ୍ତି ଦିଆଯାଇଛି। ଜଣପିଛା ମାସିକ ୨୦ ହଜାର ୫୦ ଟଙ୍କା ଦରମା ନେଉଛନ୍ତି। କମ୍ୟୁନିଟି ଆକ୍ସନ ମୋଟିଭେସନ୍‌ ପ୍ରୋଗ୍ରାମ୍‌ ସଂସ୍ଥା ପକ୍ଷରୁ ୬ ଜଣ ଡିଇଓ (ଡାଟା ଏଣ୍ଟ୍ରି ଅପରେଟର୍‌) ଦିଆଯାଇଛି। ଭୁବନେଶ୍ବରର ମେର୍ସସ ଏଲ୍‌ ଆଣ୍ଡ କେ ସର୍ଭିସ ପକ୍ଷରୁ ୬୬ ଜଣ ଆଟେଣ୍ଡାଣ୍ଟ (ସହାୟକ) ଦିଆଯାଇଛି। ପ୍ରତ୍ୟେକଙ୍କୁ ମାସିକ ୧୫ହଜାର ଟଙ୍କା ଲେଖାଏଁ ଦିଆଯାଉଛି।

କଟକର ପରିତୋଷ ସର୍ଭିସ୍‌ ଏଜେନ୍ସି ପକ୍ଷରୁ ୭୪ ଜଣ ପରିମଳ କର୍ମଚାରୀ ଯୋଗାଇ ଦିଆଯାଇଛି। ମାସିକ ଜଣ ପିଛା ୧୩ ହଜାର ୭୬୭ ଟଙ୍କା ଦିଆଯାଉଛି। ଏଥିସହ ପରିତୋଷ ୪ ଜଣ ଇଲେକ୍ଟ୍ରିସିଆନ୍‌,  ୪ ପାଇପ୍‌ମିସ୍ତ୍ରି, ୭ ପରିମଳ ସୁପରଭାଇଜର ମଧ୍ୟ ଯୋଗାଇଦେଇଛି। ସୁପରଭାଇଜର ପିଛା ଆର୍‌ଜିଏଚ୍‌ ମାସିକ ୧୫ ହଜାର ୫୨୫ ଟଙ୍କା ଦେଉଛି। ମେର୍ସସ କମ୍ୟୁନିଟି ଆକ୍ସନ ମୋଟିଭେସନ୍‌ ପ୍ରୋଗାମ୍‌ ୧୨ ଫାର୍ମାସିଷ୍ଟ, ଜଣେ ରେଡିଓଗ୍ରାଫର, ୯୬ ଷ୍ଟାଫ୍‌ନର୍ସ, ୨ ଜଣ ଆକାଉଣ୍ଟାଣ୍ଟ, ୧୭ ଏଏନ୍‌ଏମ୍‌, ୧୪ ଲାବ୍‌ ଟେକ୍ସିନିଆନ୍‌, ଦୁଇଜଣ ସହାୟକ ‌ଯୋଗାଇଦେଇଛି। ଏମାନେ ମାସିକ ୧୫ ହଜାର ୫୨୫ ଟଙ୍କାରୁ ୧୮ ହଜାର ୪୭୦ ଟଙ୍କା ପର୍ଯ୍ୟନ୍ତ ଦରମା ନେଉଛନ୍ତି। ଭୁବନେଶ୍ବରର ମେର୍ସସ ଏଲ୍‌ ଆଣ୍ଡ କେ ସର୍ଭିସେସ୍‌ ୩ ମାଳି, ୫ ଲିଫ୍ଟ  ଅପରେଟର, ୪ ଅକ୍ସିଜେନ୍‌ ଅପରେଟର ଯୋଗାଇ ଦେଇଛି। ଅକ୍ସିଜେନ୍‌ ପ୍ଲାଣ୍ଟ ବନ୍ଦ ପଡିଥିବାବେଳେ ୪ ଅପରେଟ୍‌ର କେଉଁଠି କାମ କରୁଛନ୍ତି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୫ ଆଉଟ୍‌ସୋର୍ସିଂ ସଂସ୍ଥା ମାସକୁ କୋଟିକୋଟି ଟଙ୍କା ନେଉଛନ୍ତି। କିଛି ସଂସ୍ଥା ଅବଧି ସରିଲାଣି, ସେମାନେ କାମ କରୁଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe