ଗୁଳିଭରା ପିସ୍ତଲ ସହ ୬୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୬ ଗିରଫ

Advertisment

୬୬୦ କେଜି ଗଂଜେଇ ସହ ଗୋଟିଏ ବୋଲେରୋ ପିକଅପ ଗାଡ଼ି, ଗୋଟିଏ ଆଇ ଟ୍ବେଣ୍ଟି କାର ସହ ଗୋଟିଏ ବନ୍ଧୁକ ଜବତ କରିଛି ରାୟଗଡ଼ା ପୁଲିସ । ଗଞେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରିବାରେ ମଧ୍ୟ ପୁଲିସକୁ ସଫଳତା ମିଳିଛି।

zx

ରାୟଗଡ଼ା: ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ରାୟଗଡ଼ା ପୁଲିସ ଏକ ବଡ଼ ଗଞେଇ ଚୋରା ଚାଲାଣକାରୀ ଗ୍ୟାଙ୍ଗକୁ ଧରିବାରେ ସଫଳତା ମିଳିଛି । ସୂତ୍ରରୁ ଖବର ପାଇଁ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ କୁମାରଙ୍କ ନିର୍ଦେଶକ୍ରମ‌େ ରାୟଗଡ଼ା ଥାନା ଆରକ୍ଷୀ ନିରୀକ୍ଷକ କମଳାକାନ୍ତ ବସନ୍ତକୁମାର କହଁରଙ୍କ ନେତୃତ୍ବରେ ୬୬୦ କେଜି ଗଂଜେଇ ସହ ଗୋଟିଏ ବୋଲେରୋ ପିକଅପ ଗାଡ଼ି, ଗୋଟିଏ ଆଇ ଟ୍ବେଣ୍ଟି କାର ସହ ଗୋଟିଏ ବନ୍ଧୁକ ଜବତ କରିଛି ପୁଲିସ । ଗଞେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରିବାରେ ମଧ୍ୟ ପୁଲିସକୁ ସଫଳତା ମିଳିଛି।

ଗିରଫ ହୋଇଥିବା ୬ଜଣଙ୍କ ମଧ୍ୟରୁ ଜଣେ ବିଷମକଟକ ଅଂଚଳର ହୋଇଥିବା ବେଳେ ଦୁଇ ଜଣ କୋରାପୁଟ ଏବଂ ତିନିଜଣ ରାୟଗଡ଼ା ସଦର ଅଞ୍ଚଳର ବୋଲି ଜଣା ପଡ଼ିଛି। ଗଞ୍ଜେଇ ଜବତ ସମୟରେ ଡେପୁଟି  କଲେକ୍ଟର  ରବି ପ୍ରଧାନଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ଓଜନ କରାଯାଇ ରାୟଗଡ଼ା ଥାନାକୁ ନିଆଯାଇଥିଲା । ଜବତ ଗଂଜେଇର ଆନୁମାନିକ ବଜାର ଦର ୬୬ ଲକ୍ଷ  ଟଙ୍କା ହେବା ନେଇ ସୂଚନା ଦେଇଛି ପୁଲିସ। ଗିରଫ ହୋଇଥିବା ୬ ଜଣ ହେଲେ ରାୟଗଡ଼ା ସହର ନୂଆଁ ସାହିର ରେଡି ଅମଲା ରାଜୁ, ରେଡି ଅଭିନାଶ, ରେଡି ଆନନ୍ଦ,ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର  ରଞ୍ଜିତ କରକରିଆ, କୋରାପୁଟର  ମୁଜାବୁଲ ହକ ଅଲି ଓ ଏ ବିନୋଦ କୁମାର । ଚନ୍ଦ୍ରପୁର ବ୍ଲକରୁ ଗଞେଇ ଆଣି ବିଷମକଟକ ଠାରୁ କୋରାପୁଟ ଅଭିମୁଖେ ଏହି ଗଞେଇ ‌ଚୋରାରେ ଚାଲାଣ ହେଉଥିଲା ବ‌ୋଲି ପୁଲିସ ସୂତ୍ରରୁ ଜଣାପଡିଛି। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ଗ୍ରାମର ଏକ ଢ଼ାବା ନିକଟରେ  ଟାଉନ ଥାନା ଏସଆଇ ଏସ.କେ. ମୁର୍ମୁ ଓ ପୁଲିସ ଟିମ୍ ପେଟ୍ରୋଲିଂ କରିବା ବେଳେ ରାୟଗଡ଼ା ପୁଲିସ ଗଞେଇ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲା ।

 ଏହି ସଂପର୍କରେ ଆହୁରି ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ରାୟଗଡ଼ା ଥା‌ନା ଆଇଆଇସି କେକେବିକେ କହଁର । ଗିରଫ ସମସ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଗଂଜେଇ ଚୋରା ଚାଲାଣରେ ରାୟଗଡ଼ାର ଏକ ବଡ଼ ରାକେଟ କାମ କରୁଥିବା ଜଣା ପଡ଼ିଛି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe