କରମଡିହି ଯାଯାବର ଗଣହତ୍ୟା ମାମଲା: ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୭ ଅଭିଯୁକ୍ତ ଗିରଫ

Advertisment

ସୁନ୍ଦରଗଡ଼ କମରଡିହି ଗୀତାପଡ଼ାରେ ସଂଘଟିତ ବହୁ ଚର୍ଚ୍ଚିତ ଯାଯାବର ଗଣହତ୍ୟା ମାମଲାର ଅଭିଯୁକ୍ତମାନେ ଧରା ପଡ଼ିଛନ୍ତି। ଏସିପି ପ୍ରତ୍ୟୁଷ ଦିବାକରଙ୍କ ତତ୍ତ୍ବାବଧାନରେ ୨୨ ଦିନ ପରେ ମହାରାଷ୍ଟ୍ର  ଓ କର୍ଣ୍ଣାଟକ ଅଞ୍ଚଳରୁ ୭ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି।

ସୁନ୍ଦରଗଡ଼ କମରଡିହି ଗୀତାପଡ଼ାରେ ସଂଘଟିତ ବହୁ ଚର୍ଚ୍ଚିତ ଯାଯାବର ଗଣହତ୍ୟା ମାମଲାର ଅଭିଯୁକ୍ତମାନେ ଧରା ପଡ଼ିଛନ୍ତି। ଏସିପି ପ୍ରତ୍ୟୁଷ ଦିବାକରଙ୍କ ତତ୍ତ୍ବାବଧାନରେ ୨୨ ଦିନ ପରେ ମହାରାଷ୍ଟ୍ର  ଓ କର୍ଣ୍ଣାଟକ ଅଞ୍ଚଳରୁ ୭ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି।

sdf

ସୁନ୍ଦରଗଡ଼:  ସୁନ୍ଦରଗଡ଼ କମରଡିହି ଗୀତାପଡ଼ାରେ ସଂଘଟିତ ବହୁ ଚର୍ଚ୍ଚିତ ଯାଯାବର ଗଣହତ୍ୟା ମାମଲାର  ଅଭିଯୁକ୍ତମାନେ ଧରା ପଡ଼ିଛନ୍ତି। ଏସିପି ପ୍ରତ୍ୟୁଷ ଦିବାକରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୁନ୍ଦରଗଡ଼ ଜିଲ୍ଲା ପୁଲିସର ସ୍ବତନ୍ତ୍ର ଟିମ୍ ଘଟଣାର ୨୨ ଦିନ ପରେ ମହାରାଷ୍ଟ୍ର  ଓ କର୍ଣ୍ଣାଟକ ଅଞ୍ଚଳରୁ ୭ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଅକ୍ଟୋବର ୨୯ ତାରିଖ ରାତିରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ପରିଚୟହୀନ ଯାଯାବର ଗୋଷ୍ଠୀର ହତ୍ୟା ଅଭିଯୁକ୍ତଙ୍କୁ ଠାବ କରିବା ସହଜ ନଥିବାବେଳେ ସୁନ୍ଦରଗଡ଼ ପୁଲିସର ଏହା ବଡ଼ ସଫଳତା ବୋଲି କୁହାଯାଉଛି।  ଆଜି ଏସପି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ  ବୋଲି ସୂଚନା ମିଳିଛି। 

ଅକ୍ଟୋବର ୨୯ ତାରିଖ ରାତିରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ପରିଚୟହୀନ ଯାଯାବର ଗୋଷ୍ଠୀର ହତ୍ୟା ଅଭିଯୁକ୍ତଙ୍କୁ ଠାବ କରିବା ସହଜ ନଥିବାବେଳେ ସୁନ୍ଦରଗଡ଼ ପୁଲିସର ଏହା ବଡ଼ ସଫଳତା ବୋଲି କୁହାଯାଉଛି।  ଆଜି ଏସପି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ  ବୋଲି ସୂଚନା ମିଳିଛି। 


ସୂଚନାଯୋଗ୍ୟ, କିଛି ମାସ ତଳେ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳ ଓ କର୍ଣ୍ଣାଟକ ଅଞ୍ଚଳର ଦୁଇ ଭିନ୍ନ ଭିନ୍ନ ଯାଯାବର ଗୋଷ୍ଠୀ ଅନୁଗୁଳ ଅଞ୍ଚଳରେ ରହୁଥିଲେ। ମହାରାଷ୍ଟ୍ର ଅଞ୍ଚଳ ଯାଯାବର ଗୋଷ୍ଠୀର  ଅବିନାଶ ପାୱାର ନାମକ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ଗୋଟେ ପୁଅ, ଝିଅ ଓ ତାଙ୍କୁ  ଛାଡ଼ି ଅନ୍ୟ କାହା ସହ ପଳାଇଗଲା ପରେ ଅବିନାଶ କର୍ଣ୍ଣାଟକ ଯାଯାବର ଗୋଷ୍ଠୀର  ଜଣେ ବିବାହିତା ମହିଳାକୁ ଦ୍ବିତୀୟ ସ୍ତ୍ରୀ କରିବାକୁ ନେଇ ଆସିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏପରିକି ଅବିନାଶଙ୍କ ଉପରେ  ଆକ୍ରମଣ ବି ହୋଇଥିଲା। ଭୟରେ ଅବିନାଶଙ୍କ ଗୋଷ୍ଠୀ ଅନୁଗୁଳରୁ ଚାଲି ଆସି  ସୁନ୍ଦରଗଡ଼ କରମଡିହିରେ ତମ୍ବୁ ପକାଇ ରହୁଥିଲେ। କର୍ଣ୍ଣାଟକର ଯାଯାବର ଗୋଷ୍ଠୀ ଅବିନାଶଙ୍କୁ ହତ୍ୟା କରିବାର ଯୋଜନା କରି ଖୋଜି ଖୋଜି ଅକ୍ଟୋବର ୨୯ ତାରିଖରେ କରମଡିହି ପହଞ୍ଚି ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲେ।

 ଅବିନାଶ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ଭଉଣୀ ଛମା ଭୋସଲେ (୨୫),  ଭାଇ ସୁବାସ ପାୱାର (୨୩), ଜେଜେମା କୁଣ୍ଡି ପାୱାର, ମାମୁଁ ଚରଣ କୁମାର (୪୫),  ମାଈ  କାଇଲା କୁମାର (୩୫)ଙ୍କୁ ହତ୍ୟା କରିଥିଲେ। ଆକ୍ରମଣରେ  ଅବିନାଶ ପାୱାର (୩୦), ତାଙ୍କ ଝିଅ ମଞ୍ଜୁ ପାୱାର (୧୦), ଚରଣ କୁମାରଙ୍କ ପୁଅ ପୀୟୁଷ କୁମାର (୧୩) ଓ ଝିଅ  ଅନିଶା କୁମାରୀ (୧୨) ଆହତ ହୋଇଥିଲେ।   ଆକ୍ରମଣକାରୀ ଗଣହତ୍ୟା କରିବା ପରେ   ମୃତାହତଙ୍କ ପରିବାରର ଜଣେ ମହିଳା ସହ ୪ ଜଣ ଶିଶୁଙ୍କୁ ଅପହରଣ କରି ଫେରାର ହୋଇଗଲେ । ଆକ୍ରମଣରେ ଆହତ ଅବିନାଶ ପାୱାର ତାଙ୍କ ଶଢ଼ୁ ଭାଇ ସକାୟା ପାୱାର, ସନ୍ତୋଷ ଭୋସଲେ, ଯୋଗେଶ ଭୋସଲେ, ଲଲେ ଭୋସଲେ ହତ୍ୟାକାଣ୍ଡ କରିଥିବା ସଦରଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିବା ପରେ ସୁନ୍ଦରଗଡ଼ ପୁଲିସର  ବଛାବଛା ଅଧିକାରୀଙ୍କ ସହ ୨୦ ଜଣିଆ ଟିମ୍  ଅଭିଯୁକ୍ତମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe