ଭାରତ- ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ଲାଗି ଟିକେଟ୍ କଳାବଜାରୀ କରି ବନ୍ଧା ହେଲେ ୭ ଅଭିଯୁକ୍ତ

୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ଲାଗି ଟିକେଟ୍ କଳାବଜାରୀର ଖବର ସାମ୍ନାକୁ ଆସିଛି। ଏହି ମାମଲାରେ କମିସନରେଟ୍ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଏଣେ କଳାବଜାରୀଙ୍କଠାରୁ ୨୫ଟି ଟିକେଟ୍, ୩୦ ହଜାର ଟଙ୍କା, ମୋବାଇଲ୍ ଏବଂ ବାଇକ୍ ଜବତ କରାଯାଇଛି।

ER

E Photograph: (E)

କଟକ: ଆଗାମୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ଲାଗି ଟିକେଟ୍ କଳାବଜାରୀର ଖବର ସାମ୍ନାକୁ ଆସିଛି। ଏହି ମାମଲାରେ କମିସନରେଟ୍ ପୁଲିସ ୭ ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି। ଏଣେ କଳାବଜାରୀଙ୍କଠାରୁ ୨୫ଟି ଟିକେଟ୍, ୩୦ ହଜାର ଟଙ୍କା, ମୋବାଇଲ୍ ଏବଂ ବାଇକ୍ ଜବତ କରାଯାଇଛି।

ଟିକେଟ୍ କଳାବଜାରୀ ନେଇ ଦରଘା ବଜାର ଥାନାରେ ଗୋଟିଏ ଏତଲା ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ଟିକେଟ୍ ସହ ୩୦ ହଜାର ଟଙ୍କା ଜବତ କରାଯାଇଛି । ଏଣେ କ୍ୟାଣ୍ଟନମେଣ୍ଟ ଥାନାରେ ୩ଟି ଏତଲା ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ଯେକେହି କ୍ରିକେଟ୍ ମ୍ୟାଚ୍ ଲାଗି ଟିକେଟ୍ କଳାବଜାରୀ କରୁଥିବାର ସୂଚନା ମିଳିବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଟିକେଟ୍ କଳାବଜାରୀ ନେଇ ଦରଘା ବଜାର ଥାନାରେ ଗୋଟିଏ ଏତଲା ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ଟି ଟିକେଟ୍ ସହ ୩୦ ହଜାର ଟଙ୍କା ଜବତ କରାଯାଇଛି । ଏଣେ କ୍ୟାଣ୍ଟନମେଣ୍ଟ ଥାନାରେ ୩ଟି ଏତଲା ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି।

ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ଯେକେହି କ୍ରିକେଟ୍ ମ୍ୟାଚ୍ ଲାଗି ଟିକେଟ୍ କଳାବଜାରୀ କରୁଥିବାର ସୂଚନା ମିଳିବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।

ବାରବାଟୀ‌ରେ ଆସନ୍ତା ୯ ତାରିଖରେ ଖେଳାଯିବ ଭାରତ- ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌। ଖେଳ ଦେଖିବା ପାଇଁ କ୍ରେଜ୍‌ ଏତେ ବଢ଼ିଯାଇଛି ଯେ ଧାଡ଼ିବାନ୍ଧି ଟିକେଟ୍ ହାତେଇବାରେ କେତେକ କ୍ରିକେଟ୍ ପ୍ରେମୀ ସଫଳ ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe