ଖଣି ବିଭାଗର ଚଢ଼ଉ, ୭ ଗାଡ଼ିରୁ ୭ ଲକ୍ଷ ଜରିମାନା ଆଦାୟ

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଓଏମ୍‌ସି ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହଖଣିରୁ ଟ୍ରାନ୍‌ଜିଟ୍‌ ପରମିଟ୍‌ ଠାରୁ ଅଧିକ ପରିବହନ ଅଭିଯୋଗରେ କୋଇଡ଼ା ଖଣି ବିଭାଗ ସ୍କ୍ବାଡ୍‌ ୭ଟି ହାଇୱା ଗାଡ଼ି ଜବତ କରିଛି।

Updated On

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଓଏମ୍‌ସି ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହଖଣିରୁ ଟ୍ରାନ୍‌ଜିଟ୍‌ ପରମିଟ୍‌ ଠାରୁ ଅଧିକ ପରିବହନ ଅଭିଯୋଗରେ କୋଇଡ଼ା ଖଣି ବିଭାଗ ସ୍କ୍ବାଡ୍‌ ୭ଟି ହାଇୱା ଗାଡ଼ି ଜବତ କରିଛି।

ଅଦ୍ୟତନ ହୋଇଛି
money

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଓଏମ୍‌ସି ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହଖଣିରୁ ଟ୍ରାନ୍‌ଜିଟ୍‌ ପରମିଟ୍‌ ଠାରୁ ଅଧିକ ପରିବହନ ଅଭିଯୋଗରେ କୋଇଡ଼ା ଖଣି ବିଭାଗ ସ୍କ୍ବାଡ୍‌ ୭ଟି ହାଇୱା ଗାଡ଼ି ଜବତ କରିଛି।

 ଏକ ସୂଚନା ଆଧାରରେ କୋଇଡ଼ା ଖଣିମଣ୍ଡଳର ଏକ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କୁର୍ମିତାର ଖଣ୍ଡାଧାର ଖଣିରୁ ଅନୁଗୁଳ ଜିଲ୍ଲାର ଏକ କାରଖାନାକୁ ପରିବହନ ହେଉଥିବା ଲୁହାପଥର ଗାଡ଼ି ଗୁଡ଼ିକର ଯାଞ୍ଚ କରିଥିଲେ। ଓଜନ ପରେ ପ୍ରତ୍ୟେକ ହାଇୱା ଗାଡ଼ିରୁ ଟ୍ରାନ୍‌ଜିଟ୍‌ ପରମିଟ୍‌ ଠାରୁ ଏକ ଟନ୍‌ରୁ ଅଧିକ ଲୁହାଗୁଣ୍ଡ ପରିବହନ ହେଉଥ‌ିବା ଜଣାପଡ଼ିବା ପରେ ୭ ଟି ଗାଡ଼ିକୁ ଜବତ କରାଯାଇ ଉକ୍ତ ଗାଡ଼ି ଗୁଡ଼ିକରୁ ୭ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe