ସୁରକ୍ଷା ବାହିନୀର ଗୁଳିମାଡ଼କୁ ମୁକାବିଲା କରିପାରିଲେନି ୭ ମାଓବାଦୀ

Advertisment

ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କୁ ଆଉ ତ୍ରାହୀ ନାହିଁ। ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ବଡ଼ କ୍ୟାଡ଼ର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି।

ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କୁ ଆଉ ତ୍ରାହୀ ନାହିଁ। ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ବଡ଼ କ୍ୟାଡ଼ର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି।

Maoist Bhaskar killed in encounter.

Maoist Bhaskar killed in encounter. Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କୁ ଆଉ ତ୍ରାହୀ ନାହିଁ। ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ବଡ଼ କ୍ୟାଡ଼ର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି। ଗତ ତିନି ଦିନ ହେଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟନରେ ନକ୍ସଲ ସହ ଯବାନଙ୍କ ଗୁଳିବିନିମୟ ଚାଲିଛି। ଗତକାଲି ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ମାଓବାଦୀ ଭାସ୍କର ମୃତ୍ୟୁବରଣ କରିଛି।

ପ୍ରକାଶ ଥାଉକି ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର ନକ୍ସଲ ଭାସ୍କରର ମୃତ୍ୟୁ ହୋଇଛି। ଏହି କ୍ରମରେ ଗତ ୩ ଦିନ ମଧ୍ୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କଲେଣି। ଦୁଇ ଜଣ ବଡ଼ କ୍ୟାଡର ନକ୍ସଲ ସମେତ ଅନ୍ୟ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ୩ ଜଣ ପୁରୁଷ ନକ୍ସଲ ବୋଲି ଜଣାପଡିଛି। ମାଓନେତା ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ଭାସ୍କରର ଶବ ନିକଟରୁ ଏକ ଏକେ-୪୭ ବନ୍ଧୁକ ଜବତ କରିଛି ପୁଲିସ।

ପୁଲିସ କହିବା ଅନୁଯାୟୀ ମୁଣ୍ଡଗୁଲା ଭାସ୍କର ରାଓ ଓରଫ ମଇଲାରାପୁ ତେଲେଙ୍ଗାନା ଜିଲ୍ଲାର ଆଦିଲାବାଦ ଜିଲ୍ଲାର ଉରୁମାଦଲା ଗ୍ରାମର ବାସିନ୍ଦା। ସେ ତେଲେଙ୍ଗାନା ଷ୍ଟେଟ କମିଟିର ସ୍ବତନ୍ତ୍ର ଜୋନାଲ କମିଟର ସଦସ୍ୟ ଥିଲା। ଏଥିସହ ତେଲେଙ୍ଗାନା ରାଜ୍ୟ ସମିତିର ମଞ୍ଚେରିୟଲ କୋମରା ଭୀମ ସଂଗଠନର ସଚିବ ମଧ୍ୟ ରହିଥିଲା।

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ମୋଟ ତିନି ଦିନରେ ୭ ଜଣ ନକ୍ସଲଙ୍କର ଶବ ଉଦ୍ଧାର କରିସାରିଲେଣି। ଏହି ଏନକାଉଣ୍ଟରରେ ଆହୁରି କେତେ ନକ୍ସଲ ମୃତାହତ ହୋଇଛନ୍ତି ସେନେଇ ତଦନ୍ତ ଚାଲିଥିବା ପୁଲିସ କହିଛି। ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତେଲେଙ୍ଗାନା ଷ୍ଟେଟ କମିଟି ନକ୍ସଲ ସଂଗଠନର ପ୍ରେସ ଇନଚାର୍ଜ ପ୍ରକାଶ ସମେତ ବହୁ ନକ୍ସଲ ଏଠାରେ କ୍ୟାମ୍ପ କରି ରହିଛନ୍ତି। ପୁଲିସ ତୁରନ୍ତ ଚଢାଉ କରିଥିଲା। ବହୁ ବଡ଼ବଡ଼ ନକ୍ସଲ ଏହି ଏନକାଉଣ୍ଟରରେ ଖସି ପଳାଇବାରେ ସଫଳ ହୋଇଥିବା ପୁଲିସ କହିଛି। ଆହୁରି ଅଧିକା ନକ୍ସଲ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି।

 Malkangiri | maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe