ଜାଗାବାଡ଼ି ବିବାଦକୁ ନେଇ ମାଣିକପାଟଣାରେ ରକ୍ତାକ୍ତ ସଂଘର୍ଷ, ୭ ଗୁରୁତର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ

Advertisment

ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Updated On

ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଅଦ୍ୟତନ ହୋଇଛି
ୂର

Woman inmate runs away from SCB Medical Center after kicking jail guard

ଆଳି: ରବିବାର ବିଳମ୍ୱିତ ରାତିରେ ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜାଗାବାଡ଼ି ବିବାଦକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି। 

ଶଙ୍କର୍ଷଣ ଦାସ ଓ ଭରତ ଦାସଙ୍କ ପରିବାର ମଧ୍ୟରେ ଗତ ୩ ବର୍ଷ ହେଲା ଘରଡିହ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ଗତକାଲି ଗୋଟିଏ ପକ୍ଷ ଚଉ‍ଁରା ନିର୍ମାଣ କରିବାରୁ ପୁଣି ଉଭୟ ପକ୍ଷ ମଧ୍ୟରେ କଳିଗୋଳ ଲାଗିଥିଲା। ଦିନରୁ ଉଭୟ ପକ୍ଷ ମଧ୍ୟରେ ଲାଗି ରହିଥିବା କଳି ରାତିରେ ଏକ ଗାଡ଼ି ପାର୍କିଂକୁ ନେଇ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ହୋଇଥିଲା। ଖଣ୍ଡା,ବର୍ଚ୍ଛା,ଭୂଜାଲି ଆକ୍ରମଣରେ ଉଭୟ ପକ୍ଷର ୭ ଜଣ ରକ୍ତାକ୍ତ ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ୭ ଆହତଙ୍କ ମଧ୍ୟରୁ ୪ ଜଣ ଚେତାଶୂନ୍ୟ ରହିଥିଲେ। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ରାତି ଗୋଟାଏ ବେଳେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଛି ଓ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ପ୍ରକାଶ ଯୋଗ୍ୟ ଯେ, ଶଙ୍କର୍ଷଣ ଦାସ ଓ ଭରତ ଦାସଙ୍କ ପରିବାର ମଧ୍ୟରେ ଗତ ୩ ବର୍ଷ ହେଲା ଘରଡିହ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ଗତକାଲି ଗୋଟିଏ ପକ୍ଷ ଚଉ‍ଁରା ନିର୍ମାଣ କରିବାରୁ ପୁଣି ଉଭୟ ପକ୍ଷ ମଧ୍ୟରେ କଳିଗୋଳ ଲାଗିଥିଲା। ଦିନରୁ ଉଭୟ ପକ୍ଷ ମଧ୍ୟରେ ଲାଗି ରହିଥିବା କଳି ରାତିରେ ଏକ ଗାଡ଼ି ପାର୍କିଂକୁ ନେଇ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ହୋଇଥିଲା। ଖଣ୍ଡା,ବର୍ଚ୍ଛା,ଭୂଜାଲି ଆକ୍ରମଣରେ ଉଭୟ ପକ୍ଷର ୭ ଜଣ ରକ୍ତାକ୍ତ ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ୭ ଆହତଙ୍କ ମଧ୍ୟରୁ ୪ ଜଣ ଚେତାଶୂନ୍ୟ ରହିଥିଲେ। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ରାତି ଗୋଟାଏ ବେଳେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଛି ଓ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe