ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ୭ ଜଣ ସମିତି ସଭ୍ୟ

ଦିନକୁ ଦିନ ବିଜେଡିରୁ ନେତା ଓ କର୍ମୀମାନେ ଖସିବାରେ ଲାଗିଛନ୍ତି। ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ, ଜିଲ୍ଲାସ୍ତରୀୟ ନେତା ବିଜେଡି ଛାଡ଼ିଛନ୍ତି। ତୃଣମୂଳସ୍ତରରେ ମଧ୍ୟ କର୍ମୀ ବିଜେଡି ପ୍ରତି ମୁହଁ ଫେରାଉଛନ୍ତି। ଏହାର କାରଣ ଅନେକ ରହିଛି।

Mkg BJD ru resine dele samiti sabhya

ମାଲକାନଗିରି: ମାଲକାନଗିରି ବିଜେଡିର ସ୍ଥିତି ଏବେ ସେତେଟା ଭଲ ନାହିଁ। କର୍ମୀ ଧୀରେଧୀରେ ଦଳ ଛାଡ଼ିବାକୁ ଲାଗିଲେଣି। ନିର୍ବାଚନ ପୂର୍ବରୁ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ତାକୁ ଦୁଇଟି ନିର୍ବାଚନରେ ପରାସ୍ତ କରିଥିବା ବେଳେ ଏବେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପଦକୁ ମଧ୍ୟ ଅନ୍ୟ ରାଜନୈତିକ ଦଳଗୁଡିକ ଆଖି ପକାଇଲେଣି। ନିକଟରେ କୋରକୋଣ୍ଡା ବ୍ଲକରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଏହାର ଏକ ଉଦାହରଣ। 

ବିଜେଡି ସମର୍ଥିତ ଜିତୁ ବୁରୁଡ଼ି ଅଳ୍ପକେ ବର୍ତ୍ତିଯାଇଥିଲେ। ସମସ୍ତ ସମିତି ସଭ୍ୟ ଓ ସଭ୍ୟା ତାଂକ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ସମାନ ସମୟରେ ସମସ୍ତ ବିଜେଡି କର୍ମୀ ଏକତ୍ରିତ ହୋଇ ଏହାକୁ ବିଜୟରେ ପରିଣତ କରିଥିଲେ। ତେବେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଏବଂ ଦଳ ବିରୋଧୀ କାମ କରିଥିବା ଯୋଗୁଁ ବିଜେଡିର ଜିଲ୍ଲା ସାଧାରଣ ସଂପାଦକ ମଦନ ଖସଲା ଏବଂ ଜିଲ୍ଲା ସଂପାଦକ ସୋମନାଥ ବାର୍ସେଙ୍କୁ ଦଳ ନିଳମ୍ବିତ କରିଥିଲା।

ଏପର୍ଯ୍ୟନ୍ତ  ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ, ଜିଲ୍ଲାସ୍ତରୀୟ ନେତା ବିଜେଡି ଛାଡ଼ିଛନ୍ତି। ଆଜି କୋରକୋଣ୍ଡା ବ୍ଲକର ୭ ଜଣ ସମିତି ସଭ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଏହା ପରେ ଆଜି କୋରକୋଣ୍ଡା ବ୍ଲକର ୭ ଜଣ ସମିତି ସଭ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ପୋଟ୍ରେଲ ପଞ୍ଚାୟତର ସମିତି ସଭ୍ୟ ମାନସିକ ପଡିଆମି, କାମବାଡା ପଞ୍ଚାୟତର ସମିତି ସଭ୍ୟା ରିନା ମାଡକାମୀ, ମାରିଵାଡା ପଞ୍ଚାୟତର ସମିତି ସଭ୍ୟ ଇର୍ମା ମାଢ଼ି, ନୀଳାକାମ୍ବେରୁ ପଞ୍ଚାୟତର ସମିତି ସଭ୍ୟ ପଦିଆ ସୋଡି, ପୁରୁଣା ଚିମଟାପାଲୀ ପଞ୍ଚାୟତର ସମିତି ସଭ୍ୟା ମଦନା ପାମିଆ, କାପ୍ଵାରୋଚା ପଞ୍ଚାୟତର ସମିତି ସଭ୍ୟ ପର୍ଶୁରାମ ଖେମୁଡୁ ଏବଂ ସୋମନାଥପୁର ପଞ୍ଚାୟତର ସମିତି ସଭ୍ୟ ଲଇଚନ ଶିଶା। ଏମାନେ ଇସ୍ତଫା ଦେବା ପରେ ଦଳରେ ବଡ଼ ପ୍ରଭାବ ପଡିବ ବୋଲି କୁହାଯାଇଛି। ବିଜେଡି ହାରିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ପୂର୍ବ ପରି ଆଉ ଭାଇଚାରା ନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe