ହିନ୍ଦୋଳରେ ଲଜ୍ଜା: ୭ ବର୍ଷ ବୟସର ଶିଶୁକନ୍ୟାକୁ ଦୁଷ୍କର୍ମ, ଜଣେ ଅଟକ

Advertisment

ମିଠାମିଠା କଥା କହି ନିଜର ଜାଲରେ ଫସାଇ ସରଳ ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି। ଦୁଷ୍କର୍ମ ଘଟଣାର ଶିକାର ହେଲା ପରେ ନାବାଳିକା ଚିତ୍କାର କରି କାନ୍ଦୁଥିବା ବେଳେ ଅଭିଯୁକ୍ତ ଯୁବକ ପରିତ୍ୟକ୍ତ ଅବସ୍ଥାରେ ବିଲରେ ଛାଡ଼ି ଦେଇ ଫେରାର ହୋଇଯାଇଛି।

ମିଠାମିଠା କଥା କହି ନିଜର ଜାଲରେ ଫସାଇ ସରଳ ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି। ଦୁଷ୍କର୍ମ ଘଟଣାର ଶିକାର ହେଲା ପରେ ନାବାଳିକା ଚିତ୍କାର କରି କାନ୍ଦୁଥିବା ବେଳେ ଅଭିଯୁକ୍ତ ଯୁବକ ପରିତ୍ୟକ୍ତ ଅବସ୍ଥାରେ ବିଲରେ ଛାଡ଼ି ଦେଇ ଫେରାର ହୋଇଯାଇଛି।

Minor girl raped

Minor girl raped Photograph: (sambad.in)

ହିନ୍ଦୋଳ: ଲୋଭ ଦେଖାଇ ନିଷ୍ପାପ ଶିଶୁକନ୍ୟାକୁ ଜଣେ କାମୁକ ପୁରୁଷ ଘୃଣ୍ୟ କାମ କରିଛି। ମିଠାମିଠା କଥା କହି ନିଜର ଜାଲରେ ଫସାଇ ସରଳ ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି। ଦୁଷ୍କର୍ମ ଘଟଣାର ଶିକାର ହେଲା ପରେ ନାବାଳିକା ଚିତ୍କାର କରି କାନ୍ଦୁଥିବା ବେଳେ ଅଭିଯୁକ୍ତ ଯୁବକ ପରିତ୍ୟକ୍ତ ଅବସ୍ଥାରେ ବିଲରେ ଛାଡ଼ି ଦେଇ ଫେରାର ହୋଇଯାଇଛି। ‌ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ରବିବାର ସକାଳୁ ଏହା ଚର୍ଚ୍ଚାର କେନ୍ଦ୍ର ପାଲଟିଛି। 

ସୂଚନା ଅନୁସାରେ ହିନ୍ଦୋଳ ଅଞ୍ଚଳର ଏକ ଅନୁସୂଚିତ ଜନଜାତି ସଂପ୍ରଦାୟର ଦଂପତି ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମ କରି ପରିବାର ପୋଷନ୍ତି। ଗତକାଲି ବାପା-ମା’ ଅନ୍ୟଦିନ ଭଳି କାମକୁ ଯାଇଥିବା ବେଳେ ୭ବର୍ଷ ବୟସର ନିଷ୍ପାପ ଶିଶୁକନ୍ୟାକୁ ଅଭିଯୁକ୍ତ ଯୁବକ ଲୋଭ ଦେଖାଇ ଡାକି ନେଇଥିଲା। ନିର୍ଜନ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରି ଶେଷରେ ବିଲ ଭିତରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲା। ପରିବାର ଲୋକେ ଗାଁ ଲୋକଙ୍କର ଠାରୁ ସୂଚନା ପାଇ ନାବାଳିକାକୁ ଉଦ୍ଧାର କରିଥିଲେ। 

ହିନ୍ଦୋଳ ଅଞ୍ଚଳର ଏକ ଅନୁସୂଚିତ ଜନଜାତି ସଂପ୍ରଦାୟର ଦଂପତି ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମ କରି ପରିବାର ପୋଷନ୍ତି। ଗତକାଲି ବାପା-ମା’ ଅନ୍ୟଦିନ ଭଳି କାମକୁ ଯାଇଥିବା ବେଳେ ୭ବର୍ଷ ବୟସର ନିଷ୍ପାପ ଶିଶୁକନ୍ୟାକୁ ଅଭିଯୁକ୍ତ ଯୁବକ ଲୋଭ ଦେଖାଇ ଡାକି ନେଇଥିଲା। ନିର୍ଜନ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରି ଶେଷରେ ବିଲ ଭିତରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲା।

ପୀଡ଼ିତାକୁ ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ହିନ୍ଦୋଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସହିତ ସଂପୃକ୍ତ ଥିବା ସନ୍ଦେହରେ ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ଏହି ଅପ୍ରୀତିକର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ଅଭିଯୁକ୍ତର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।  

Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe