କୋରାପୁଟ: ‘ସମ୍ବାଦ ଓ ଆମ ଓଡ଼ିଶା’ ପକ୍ଷରୁ ‘ସମ୍ବାଦ’ର ୪୦ତମ ବାର୍ଷିକ ଉତ୍ସବ ଅବସରରେ ରବିବାର ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ୨୨ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ଚିତ୍ରାଙ୍କନରେ ୨୫୫୦ଜଣ, ହସ୍ତାକ୍ଷରରେ ୨୯୦୧ଜଣ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ୨୩୩୫ଜଣ ଏଭଳି ଜିଲ୍ଲାରେ ସର୍ବମୋଟ ୭୭୮୬ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।
କୋରାପୁଟ ବ୍ଲକ ଓ ପୌରପାଳିକା ପାଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରତିଯୋଗିତା କେନ୍ଦ୍ର କରାଯାଇଥିଲା। ଏହି କେନ୍ଦ୍ର ଜରିଆରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନବାରର ସେବାଶ୍ରମ, ମାଛରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ସହ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରାବାସରେ ପୃଥକ ପୃଥକ ଭାବେ ପରୀକ୍ଷା କରାଯାଇଥିଲା। ଏସବୁ କେନ୍ଦ୍ରରେ ପରୀକ୍ଷା ସରିବା ପରେ ପରୀକ୍ଷା ଖାତା ଗୁଡିକୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରକୁ ଅଣାଯିବା ପରେ ଏଠାରେ ବିଚାରକ ମାନେ ବିଚାର କରିଥିଲେ।
ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୨୦ଜଣ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଆଦିତି ଦଣ୍ଡସେନା ପ୍ରଥମ, ଆଦ୍ୟଶା ସେନାପତି ଦ୍ବିତୀୟ ଓ ଶ୍ରୀରାମ କୃଷ୍ଣ ବିଦ୍ୟାମନ୍ଦିରର ସନମୁଖ ଗେଲ୍ଲା ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ବିଚାରକ ଭାବେ ଟୁବୁଲି ବେହେରା ଓ ଶଙ୍କର କୁମାର ନାୟକ ଭାଗ ନେଇଥିଲେ।
ରାଜ୍ୟସ୍ତରୀୟ ହସ୍ତାକ୍ଷର ପ୍ରତିଯୋଗିତାରେ ୨୧୦ଜଣ ଭାଗ ନେଇଥିଲେ। ଏଥିରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରେରଣା ପଟ୍ଟନାୟକ ପ୍ରଥମ, ଜ୍ୟୋତିକା ବେହେରା ଦ୍ବିତୀୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନବାରର ଲିବ ମିଣ୍ୟାକା ତୃତୀୟ ହୋଇଥିଲେ।
ରାଜ୍ୟସ୍ତରୀୟ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ୧୦୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଇଗ୍ନିଶା ମହାନ୍ତି ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ମାଛରାର ଗୀତା ମୁଦୁଲି ଦ୍ବିତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିବ ସୁନ୍ଦର ଦାଶ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ପରୀକ୍ଷକ ଓ ବିଚାରକ ଭାବେ ସମ୍ବାଦ ସାହିତ୍ୟଘରର ସଂପାଦକ ସୌମ୍ୟନ୍ଦ୍ର କୁମାର ସ୍ବାଇଁ, ଗାଳ୍ପିକ ଜଳଧର ସ୍ବାଇଁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ପ୍ରଭାତ କୁମାର ମହାପାତ୍ର, ମେନେକା ମହାପାତ୍ର, ତନ୍ମୟ ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର କାମନା ଭୁୟାଁ, ସୁଶାନ୍ତ କୁମାର ମିଶ୍ର, ନରେଶ ଦଳେଇ, ବିକାଶ ଚନ୍ଦ୍ର ରଥ, ଶ୍ରୀକାନ୍ତ ବାରିକ, ରୀତାରାଣୀ ପଟ୍ଟନାୟକ ଭାବେ ଯୋଗ ଦେଇଥିଲେ।
ସେହିପରି ଗୁପ୍ତେଶ୍ବର ସାହୁ, ରାଜେଶ ଯାଦବ, କେ.କୋଟେଶ ନାଇଡୁ, ଓଏଭିର ଅଧ୍ୟକ୍ଷ ସୁଧାଂଶୁ ଶେଖର ଚୌଧୁରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାନବାରର ପ୍ରଧାନଶିକ୍ଷୟତ୍ରୀ ମୀନା ସ୍ବାଇଁ, ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଦାଶ , ଦାଶରଥୀ ଗାଧବା, ଆପଲାମ୍ମା, ଏକାଦଶୀ ବେହେରା ପ୍ରମୁଖ ସହଯୋଗ କରିଥିଲେ। ପୁରସ୍କାର ବିତରଣ ଉତ୍ସବକୁ କୋରାପୁଟ ଜିଲ୍ଲା ସମ୍ବାଦ ପ୍ରତିନିଧି ସୁରେଶ କୁମାର ନାଇଡୁ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ସମାଜସେବୀ ଜି.ସଂଜୀବ କୁମାର, କୋରାପୁଟ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର , ସାମ୍ବାଦିକ ସିଏଚ୍ ସାନ୍ତାକାର, ସହକାରୀ ପ୍ରଧାନ ଅଚାର୍ଯ୍ୟ ରଘୁନାଥ ତାଡ଼ ଯୋଗ ଦେଇଥିଲେ। ଭାଷା ସୁରକ୍ଷା ଦିଗରେ ସମ୍ବାଦ ଆରମ୍ଭ କରିଥିବା ଏହି ଅଭିଯାନକୁ ଅତିଥିମାନେ ସ୍ବାଗତ କରିବା ସହ ଏହା ଭାଷା ଆନ୍ଦୋଳନକୁ ଆଗେଇ ନେଇ ପାରିବ ବୋଲି କହିଥିଲେ। ଅଧ୍ୟାପକ ତଥା କବି ରବି ଶତପଥୀ ମଂଚ ସଂଯୋଜନା କରିଥିଲେ। ପୁରସ୍କାର ବିତରଣୀକୁ ସମ୍ବାଦ ଜୟପୁର ସଂସ୍କରଣ ବିଞାପନ ବିଭାଗ ପ୍ରବନ୍ଧକ ପ୍ରସନ୍ନ ମିଶ୍ର ପରିଚାଳନା କରିଥିଲେ।
Follow Us