Naxal Photograph: (sambad.in)
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଜାନୁଆରି ୨୦୨୫ ପର ଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ 'ହନ୍ତାକା କାଗର' ଆକ୍ରମଣରେ ୭୮ ମାଓବାଦୀ ଏବଂ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ସ୍ବୀରାକର କରିବା ସହ ଏହି ହତ୍ୟାକୁ ନିନ୍ଦା କରନ୍ତୁ ବୋଲି ଆହ୍ବାନ କରାଯାଇଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ ଜାନୁଆରି ୧୨ ତାରିଖରେ ବନ୍ଦେପାରା ଠାରେ ୫ ଜଣ କମ୍ରେଡ ସହିଦ ହୋଇଥିବା ବେଳେ ଫେବ୍ରୁଆରି ୧ ତାରିଖରେ ସାତ ଜଣ ଗ୍ରାମବାସୀ, ଫେବ୍ରୁଆରି ୯ ତାରିଖରେ ଜଲିପେରୁ ନିକଟରେ ୩୧ ଜଣ, ମାର୍ଚ୍ଚ ୨୦ ତାରିଖରେ ଗାଙ୍ଗଲୁର ଠାରେ ୨୬ ଜଣ କମ୍ରେଡ, ୨୦ ତାରିଖରେ ହିଁ କାଂକେରରେ ୪ ଜଣ କମ୍ରେଡ, ମାର୍ଚ୍ଚ ୨୫ରେ ଇନ୍ଦ୍ରାବତୀ ଅଂଚଳରେ ୩ ଜଣ କମ୍ରେଡ ସହିଦ ହୋଇଥିଲେ ବୋଲି କୁହାଯାଇଛି। ମୋଟ ୭୮ ଜଣ କମ୍ରେଡଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ଦଣ୍ଡକାରଣ୍ୟ ବିପ୍ଲବୀ ଆନ୍ଦୋଳନ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା କୁହାଯାଇଛି। ମାଓବାଦୀ ଦଳକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ ଲୋକଙ୍କ ବିରୋଧରେ ଅପରେସନ କଗାର ନାମରେ ଯୁଦ୍ଧ ଘୋଷଣା କରାଯାଇଛି।
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀ ବିଲୋପ କରିବା ନେଇ କେନ୍ଦ୍ରମନ୍ତ୍ରୀ କରିଥିବା ଘୋଷଣା ରାଜ୍ୟ ସରକାର ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଏହି କଗାର ଆକ୍ରମଣକୁ ଏହାର ଅଂଶ ବୋଲି ସଂଗଠନ କହିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାକୁ ସଂଯୋଜନା କରୁଛନ୍ତି ବୋଲି କୁହାଯାଇଛି।
ଗାଁ ଗାଁରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରି ଆଦିବାସୀଙ୍କୁ ଦଣ୍ଡକାରଣ୍ୟରୁ ବାହାର କରିବା ମୁଳ ଲକ୍ଷ୍ୟ ବୋଲି ସଂଗଠନ କହିଛି। ଏହି ପ୍ରେସ ବିଜ୍ଞପ୍ତିରେ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସହିଦ ହୋଇଥିବା ସମସ୍ତ କମ୍ରେଡଙ୍କ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି।ଆସନ୍ତା ଏପ୍ରିଲ ୪ ତାରିଖରେ ନକ୍ସଲ ବିଜାପୁର ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ଏହାକୁ ସଫଳ କରିବାକୁ ସମସ୍ତ ବର୍ଗର ଲୋକେ ସହଯୋଗ କରିବାକୁ ଆହ୍ବାନ କରାଯାଇଛି।
Malkangiri | Chhattisgarh
Follow Us