ଅସ୍ତ୍ର ଛାଡ଼ିଲେ: ୮ ନକ୍ସଲଙ୍କ ଆତ୍ମସମର୍ପଣ

ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

Mkg 8 naxal surrendeer (1)

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଏସିଏମ ଭେଟ୍ଟି ସୋମଡା(୩୦), ପାର୍ଟି ସଦସ୍ୟ ମୁଚାକି ରାକମେ(୨୭), ମିଲିସିଆ କମାଣ୍ଡର ଓୟାମ ଲକ୍ଷ୍ମଣ(୨୩), ମିଲିସିଆ ସଦସ୍ୟ ପଡିଆମ କୋସା(୨୫), ମିଲିସିଆ ସଦସ୍ୟ ମୁଡାମ କୋସା(୩୦), ମିଲିସିଆ ସଦସ୍ୟ ମାଡବୀ ନନ୍ଦୁ(୨୫), ମିଲିସିଆ କରାମ ସୋମଡୁ(୪୦) ଏବଂ ମିଲିସିଆ ମାଡ଼ବୀ ଉରା(୨୫)। 

ସଂଗଠନରେ ଚାଲିଥିବା ଭେଦଭାବ ଏବଂ ପୁଲିସର ଘନଘନ ଚଢ଼ଉରେ ଏମାନେ ଭୟଭୀତ ହୋଇ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଥିଲେ। ପ୍ରଶାସନ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ।

ଚଳିତ ଜାନୁଆରି ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଭଦ୍ରାଦୀ କଥାଗୁଡୁମ ଜିଲ୍ଲାରେ ୩୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ପୁଲିସ ତରଫରୁ ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଇବାକୁ ଅନୁରୋଧ କରାଯାଇଛି। ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ତୁରନ୍ତ ୨ ଲକ୍ଷ ଟଂକାର ସହାୟତା କରାଯିବ ବୋଲି କୁହାଯାଇଛି।

maoists | Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe