ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲା: ୮ଜଣଙ୍କୁ ହାଇକୋର୍ଟରୁ ଜାମିନ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭୌରବ ସାହୁଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣାରେ ପଦ୍ମପୁର ପୁଲିସ ଥାନା କେସ ନମ୍ବର ୬୦/ ୨୦୨୫ରେ ହୋଇଥିବା ମାମଲାରେ ହାଇକୋର୍ଟ ୮ ଜଣଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି।

Orissa High Court

Orissa High Court Photograph: (sambad.in )

ଗୁଣପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭୌରବ ସାହୁଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣାରେ ପଦ୍ମପୁର ପୁଲିସ ଥାନା କେସ ନମ୍ବର ୬୦/ ୨୦୨୫ରେ ହୋଇଥିବା ମାମଲାରେ ହାଇକୋର୍ଟ ୮ ଜଣଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି।

ଏହି ଘଟଣାରେ ସାତ ଜଣ ନାବାଳକ ସହ ୩୪ ଜଣ ଗିରଫ ହୋଇ ଜେଲ୍‌ରେ ଥିଲେ। ହାଇକୋର୍ଟରୁ ୮ ଜଣଙ୍କୁ ଜାମିନ ମିଳିବା ପରେ ଅଭିଯୁକ୍ତମାନେ ନିଜ ଓକିଲଙ୍କ ଜରିଆରେ ଆଦେଶର କପିକୁ ଗୁଣପୁର ଏଡିଜେ କୋର୍ଟରେ ଦାଖଲ କରିଥିଲେ। ଏହାପରେ ଏଡିଜେ ଦେବଦତ୍ତ ପଟ୍ଟନାୟକ ସେମାନଙ୍କୁ ଜାମିନର ସର୍ତ୍ତାବଳୀ ପୂରଣ କରିବା ପରେ ଖଲାସ କରିଥିଲେl

ସୂଚନାଯୋଗ୍ୟ ଯେ ୨୦୨୪ ଏପ୍ରିଲ ୨୧ ତାରିଖ ରାତିରେ ପଦ୍ମପୁର ଥାନା ଜୁମୁରୁଗୁଡା ତେଲି ସାହି ରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣରେ ଭୌରବ ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୨ ଜଣ ଅଭିଯୁକ୍ତଙ୍କ ସହ ୭ ନାବାଳିକକୁ ପୁଲିସ ପୂର୍ବରୁ ଗିରଫ କରିଥିଲା ଓ ପରେ ଆଉ ୫ ଜଣଙ୍କୁ ଗିରଫ କରିଥିଲା।

ଏହି ମାମଲାରେ ନାବାଳକ ୭ ଜଣଙ୍କୁ ମିଶାଇ ୩୪ ଜଣ ଗିରଫ ହୋଇଥିଲେl ନାବାଳକଙ୍କୁ ଛାଡ଼ି ଗିରଫ ୨୭ ଜଣଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟ ୮ ଜଣଙ୍କୁ ସର୍ତ୍ତ ମୂଳକ  ଜାମିନ ପ୍ରଦାନ କରିଥିଲେl ଆଦିତ୍ୟ ସାହୁ, ରଂଜନ ସାହୁ, ସଞ୍ଜୁ ସାହୁ, କାହ୍ନୁ ସାହୁ, ବଂଶି ସାହୁ, ଡମ୍ବ ସାହୁ, ଦୀପୁ ସାହୁ, ଗଦାଧର ସାହୁ ଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଆଜି  ଗୁଣପୁର ଏ : ଡି:ଜେ  କୋର୍ଟ ରୁ ଜାମିନ ଖଲାସ ହୋଇଥିବା ତାଙ୍କ ଓକିଲ  ପ୍ରଦୀପ ଦାସ ଓ ଗୌରୀ ଶଙ୍କର ଦାସ ସୂଚନା ଦେଇଛନ୍ତି। ନାବାଳକ ମାନେ ଭବାନୀପାଟଣା ବାଳ ସୁଧାର ଗୃହରେ ରହି ଆସୁଛନ୍ତିl

 court | Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe