ଭଦ୍ରକ ଟାଉନ ଥାନାରେ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କଲେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ!

Advertisment

ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ଯୁବକଙ୍କୁ ଥାନାକୁ ଆଣି ଜଣେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ ମିଶି ମାଡ଼ ମାରି ଲହୁଲୁହାଣ କରିଛନ୍ତି।

nmk

ଭଦ୍ରକ: ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ଯୁବକଙ୍କୁ ଥାନାକୁ ଆଣି ଜଣେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ ମିଶି ମାଡ଼ ମାରି ଲହୁଲୁହାଣ କରିଛନ୍ତି। କଥା ସେତିକିରେ ସରିନାହିଁ। ପୁଣି ପୀଡ଼ିତ ଯୁବକଙ୍କୁ ଗିରଫ କରି ତରବରିଆ ଭାବେ ପୁଲିସ କୋର୍ଟଚାଲାଣ କରିଛି। ଭଦ୍ରକ ଟାଉନ ଥାନାର ଥାନା ଅଧିକାରୀ ଛୁଟିରେ ଥିବା ବେଳେ ଏଭଳି ଅଭାବନୀୟ ଓ ଅମାନବୀୟ କାଣ୍ଡ କାହିଁକି ଭିଆଯାଇଛି, ତାକୁ ନେଇ ପ୍ରଶ୍ନ ଉଠିଛି।

ସ୍ବାମୀଙ୍କୁ ଥାନାକୁ ଆଣି ଜଣେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ ମିଶି ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଆହତ ଅବସ୍ଥାରେ ତାଙ୍କ ସ୍ଵାମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତ ୫ ତାରିଖରେ ଭଦ୍ରକର ମୋଟେଲ ଛକରେ ଜଣେ ଯୁବକ ମାତାଲ ଅବସ୍ଥାରେ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ଏପରିକି ନିଶାସକ୍ତ ଯୁବକ ଜଣେ ମହିଳା କନେଷ୍ଟେବଳଙ୍କୁ ମଧ୍ୟ ଧକ୍କା ମାରିଥିଲେ। ଏହାପରେ ପୁଲିସ ତାଙ୍କୁ ଥାନାକୁ ନେଇ ପରଦିନ ମେଡିକାଲରେ ଭର୍ତ୍ତି କରିଥିଲା। ପରିବାର ଲୋକ ଯୁବକଙ୍କ ଦେହସାରା ମାଡ଼ ଚିହ୍ନ ରହିଥିବା ଦେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe