୮୦ ଗ୍ରାମର ଧଳା ଜହର ଜବତ, ଜଣେ ଗିରଫ

ନୀଳଗିରି ଥାନା ଈଶ୍ୱରପୁର ଛକରେ  ଅବକାରୀ ବିଭାଗର ପକ୍ଷରୁ ଚଢାଉ କରାଯାଇ ଜଣେ ଧଳା ଜହର ବେପାରୀକୁ ଗିରଫ କରିବା ସହ ତା ନିକଟରୁ ୮୦ ଗ୍ରାମର ଧଳା ଜହର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ଦେବାଶିଷ ପରିଡା(୪୨) ବୋଲି ଜଣାପଡିଛି।

vbh

ନୀଳଗିରି: ନୀଳଗିରି ଥାନା ଈଶ୍ୱରପୁର ଛକରେ  ଅବକାରୀ ବିଭାଗର ପକ୍ଷରୁ ଚଢାଉ କରାଯାଇ ଜଣେ ଧଳା ଜହର ବେପାରୀକୁ ଗିରଫ କରିବା ସହ ତା ନିକଟରୁ ୮୦ ଗ୍ରାମର ଧଳା ଜହର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ସୋର ଥାନା ଅଧୀନ ଅସିମିଳା ଗ୍ରାମର ଦେବାଶିଷ ପରିଡା(୪୨) ବୋଲି ଜଣାପଡିଛି।

ଅଭିଯୁକ୍ତ ଦେବାଶିଷ ଉକ୍ତ ଧଳା ଜହରକୁ ନୀଳଗିରି ଅଞ୍ଚଳରେ ବ୍ୟବସାୟ କରିବା ପାଇଁ  ଆସୁଥିବା ବେଳେ ଗୁପ୍ତ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ତାକୁ ଗିରଫ କରାଯାଇ ୨୫୯/୨୪-୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି। ଏହି ଚଢାଉରେ ଅବକାରୀ ଓଆଇସି ଜଗନ୍ନାଥ ବେହେରା,ଏସଆଇ ଜୟମାଧବ ଦାସପଟ୍ଟନାୟକ,କନେଷ୍ଟବଳ ତପନ ମଲ୍ଲିକ ଓ ନହଣ ମୁର୍ମୁ ପ୍ରମୁଖ ସାମିଲ ରହିଥିଲେ। କାହାକୁ ଏହା ବିକ୍ରୟ କରାଯାଉଥିଲା ଓ ଏହା କେଉଁଠାରୁ ଆସୁଥିଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି ଓଆଇସି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe