ରୁପ୍ସା-ବାଙ୍ଗିରିପୋଷି ମେମୁ ଟ୍ରେନ୍‌ ଧକ୍କାରେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ରୁପ୍ସା-ବାଙ୍ଗିରିପୋଷି ମେମୁ ଟ୍ରେନ୍‌ ଧକ୍କାରେ ଜଣେ ୮୦ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି l ମୃତକ ହେଲେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଭଗବାନପୁର ଗ୍ରାମର ଭଗବାନ ମହାପାତ୍ରl 

accident

ବୈଶିଙ୍ଗା: ରୁପ୍ସା-ବାଙ୍ଗିରିପୋଷି ମେମୁ ଟ୍ରେନ୍‌ ଧକ୍କାରେ ଜଣେ ୮୦ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି l ମୃତକ ହେଲେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଭଗବାନପୁର ଗ୍ରାମର ଭଗବାନ ମହାପାତ୍ରl 

ସୂଚନା ଅନୁଯାଇ ଭଗବାନ ମହାପାତ୍ର ଭଗବାନପୁର ଗ୍ରାମର ପ୍ରତିଷ୍ଠାତା ହୋଇଥିବାବେଳେ ସେ ବିଭିନ୍ନ ଅନୁଷ୍ଠାନର ମଧ୍ୟ ପ୍ରତିଷ୍ଠାତାl ସେ ଅନେକ ସାହିତ୍ୟ ଅନୁଷ୍ଠାନ ଓ ସଂଗଠନ ସହିତ ମଧ୍ୟ ଜଡ଼ିତ ଥିଲେl ନିଜ ଅଞ୍ଚଳରେ ସ୍ଵାର୍ଥ୍ୟ ପାଇଁ ସେ ତାଙ୍କ ଜୀବନ ଉତ୍ସର୍ଗୀକୃତ କରିଦେଇଥିଲେ, ଯୋଉଁଥିପାଇଁ ତାଙ୍କ ନାମରେ ନାମକରଣ କରାଯଇଥିଲା ତାଙ୍କ ଗାଁ ଭଗବାନପୁରl 

ସ୍ଥାନୀୟ ଅଞ୍ଚଳରେ ଯୋଉଁଠି ବି କିଛି ସାହିତ୍ୟଭିତ୍ତିକ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ, ତାଙ୍କୁ ଆଗ ଖୋଜା ପଡ଼େl ତେବେ ପରିବାର ବର୍ଗଙ୍କ କହିବା ଅନୁଯାୟୀ ଆଜି ତାଙ୍କର ଏକ ବୈଠକରେ ଯୋଗ ଦେବାର ଅଛି କହି ସେ ଘରୁ ବାହାରି ଆସିଥିଲେ l 

ବୟସର ଅପରାହ୍ନରେ ଭଗବାନଙ୍କ ଆଖିକୁ ଭଲ ଦିଶୁନଥିବା ବେଳେ କାନକୁ ମଧ୍ୟ କମ ଶୁଣା ଯାଉଥିଲା l ତେବେ ଘରୁ ବାହାରି ଆସିବା ପରେ ଘର ଠାରୁ ଅନତି ଦୂରରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବାବେଳ ପ୍ରାୟ ୪ଟା ୧୫ ସମୟରେ ରୁପ୍ସାରୁ ବାହାରି ବାଙ୍ଗିରିପୋଷି ଅଭିମୁଖେ ଯାଉଥିବା ମେମୁ ଟ୍ରେନରେ ଧକ୍କା ଖାଇଥିଲେl 

ତେବେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ତାଙ୍କ ମୃତ ଦେହକୁ ରେଳଧାରଣାରୁ ଉଠାଇ ୨୦୦ମିଟର ଦୁରେରେ ଥିବା ତାଙ୍କ ବାସ ଗୃହକୁ ନେଇଯାଇଥିଲେ l ଖବର ପାଇ ଆଖପାଖ ଅଞ୍ଚଳର ଶତାଧିକ ଲୋକ ତାଙ୍କ ବାସଗୃହରେ ପହଞ୍ଚି ଶୋକ ପ୍ରକାଶ କରିଥିଲେl

Accident | Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe