୮୩ ବର୍ଷୀୟ ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ପ୍ରଦାନ କରାଗଲାଣି। କିନ୍ତୁ ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ବିଲାଡ଼ି ମଲ୍ଲିକ।

Biladi Mallick

Biladi Mallick Photograph: (sambad.in)

ଘୁ.ଉଦୟଗିରି: ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା ପ୍ରଦାନ ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ପ୍ରଦାନ କରାଗଲାଣି। କିନ୍ତୁ ବୟସ ହୋଇଯିବା ପରେ ବି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଉପର ସାହି ଚାରି ନମ୍ବର ୱାର୍ଡ଼ର ସ୍ଵର୍ଗତ ଖଗେଶ୍ଵର ମଲ୍ଲିକଙ୍କ ସ୍ତ୍ରୀ ବିଲାଡ଼ି ମଲ୍ଲିକ।

ବୟସ ୮୩ ବର୍ଷ ହୋଇଥିଲେ ମଧ୍ୟ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରାଯାଉନଥିବା ସେ ଅଭିଯୋଗ କରିଛନ୍ତି। ଭତ୍ତା ବୃଦ୍ଧି ଲାଗି ବିଲାଡ଼ି ମଲ୍ଲିକ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ଗୁହାରି କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀମାନେ ତାଙ୍କ ଗୁହାରିକୁ କର୍ଣ୍ଣପାତ କରୁନଥିବା

ସେ କୋହଭରା କଣ୍ଠରେ କହିଛନ୍ତି ବୃଦ୍ଧା ଜଣକ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଔଷଧ କିଣିବା ପାଇଁ ପାଖରେ ଅର୍ଥ ନଥିବାରୁ ରୋଗଶଯ୍ୟାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଲାଡ଼ି ମଲ୍ଲିକଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। 

Old age pension | Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe