ବଡ଼ଧରଣର ସେକ୍ସ ରାକେଟ୍: ସ୍ପା’ରେ ଚଢ଼ଉ, ୯ ବଙ୍ଗୀୟ ଦେହଜୀବୀ ଉଦ୍ଧାର

ପାରାଦୀପରେ ବଡ଼ଧରଣର ସେକ୍ସ ରାକେଟ୍ ଠାବ। ତାରିଣୀଗଡ଼ା ଠାରେ ଏକ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୁଲିସ ଚଢ଼ଉ କରି ୯ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି।

Monkeypox infection on the rise due to unprotected sex

ଜଗତସିଂହପୁର: ପେଟ ପୋଷିବା ପାଇଁ ଅନେକ ଭଲ କାମ କରିବାର ସୁଯୋଗ ଅଛି। କିଛି ଟଙ୍କା ରୋଜଗାର କରିବା ପାଇଁ ଖରାପ କାମ ବଦଳରେ ଭଲ କାମ ମଧ୍ୟ କରାଯାଇପାରିବ। ଏସବୁ କରାନଯାଇ କିଛି ଲୋକ ଖରାପ ରାସ୍ତାରେ ପାଦ ଦେଇ ଟଙ୍କା ରୋଜଗାର କରିବାକୁ ପଛାଉ ନାହାନ୍ତି। ଅର୍ଥ ରୋଜଗାର ପାଇଁ ଦଲାଲମାନେ ଦେହ ବେପାରକୁ ଏକ ଭଲ ଧନ୍ଦା ଭାବୁଛନ୍ତି। ଏଥି ପାଇଁ ଯୁବତୀମାନଙ୍କୁ ସଂଗ୍ରହ କରି ସେକ୍ସ ରାକେଟ ଚଳାଉଛନ୍ତି।  ପାରାଦୀପରେ ଶନିବାର ଦିନ ଏକ ବଡ଼ଧରଣର ସେକ୍ସ ରାକେଟ୍ ଠାବ। ତାରିଣୀଗଡ଼ା ଠାରେ ଏକ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୁଲିସ ଚଢ଼ଉ କରି ୯ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି।

ସ୍ପା ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ, ଦେହଜୀବୀ ଓ ଗ୍ରାହକଙ୍କର ମୋବାଇଲ ଫୋନ୍, ରେଜିଷ୍ଟର ଜବତ କରାଯାଇଛି। ସ୍ପା ଚଳାଉଥିବା ମାଲିକ ତଥା ଦେହ ଦଲାଲ୍ ସେଖ୍ ବଦ୍ରୁ ଫେରାର ହୋଇଯାଇଛି।

 ସ୍ପା ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ, ଦେହଜୀବୀ ଓ ଗ୍ରାହକଙ୍କର ମୋବାଇଲ ଫୋନ୍, ରେଜିଷ୍ଟର ଜବତ କରାଯାଇଛି। ସ୍ପା ଚଳାଉଥିବା ମାଲିକ ତଥା ଦେହ ଦଲାଲ୍ ସେଖ୍ ବଦ୍ରୁ ଫେରାର ହୋଇଯାଇଛି। ସେହିପରି ଘର ମାଲିକ ଭାଗିରଥୀ ପୁଲିସ ସ୍କାନରକୁ ଆସିଛନ୍ତି। ତାଙ୍କୁ ନୋଟିସ କରାଯାଇ ଖୁବଶୀଘ୍ର ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି। 

 Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe