୯୦ ବସ୍ତା ଭେଜାଲ ସସ୍‌ ଜବତ: ଅଭିଯୁକ୍ତ ଅଟକ, ଟାଟା ଏସିଇ ଜବତ

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳକୁ ଭେଜାଲ୍‌ ସସ୍‌ ଚାଲାଣ କରିବାକୁ ଗାଡ଼ିରେ ଲୋଡିଂ କରାଯାଉଥିଲା। ଏନେଇ ସୂଚନା ପାଇ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଘଟଣାସ୍ଥଳରେ ଚଢ଼ଉକରି ବିପୁଳ ପରିମାଣର ସସ୍‌କୁ ଜବତ କରିଛି। ଏହାସହ ବେନିୟମଭାବେ ସସ୍‌ ଚାଲାଣ କରୁଥିବା ବିପିନ ସାହୁଙ୍କୁ ଅଟକ ରଖିଛି।

souse
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳକୁ ଭେଜାଲ୍‌ ସସ୍‌ ଚାଲାଣ କରିବାକୁ ଗାଡ଼ିରେ ଲୋଡିଂ କରାଯାଉଥିଲା। ଏନେଇ ସୂଚନା ପାଇ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଘଟଣାସ୍ଥଳରେ ଚଢ଼ଉକରି ବିପୁଳ ପରିମାଣର ସସ୍‌କୁ ଜବତ କରିଛି। ଏହାସହ ବେନିୟମଭାବେ ସସ୍‌ ଚାଲାଣ କରୁଥିବା ବିପିନ ସାହୁଙ୍କୁ ଅଟକ ରଖିଛି।
ଶନିବାର ଅପରାହ୍ନ ପ୍ରାୟ ୩ଟା। ପାୱାରହାଉସ୍‌ ଛକ ପାଖରେ ଥିବା ପାର୍କିଂରେ ଏକ ଟାଟା ଏସିଇ(ଓଡି-୧୪-ଟି-୫୪୨୪)ରେ ୯୦ ବସ୍ତା(୧୧୭୦ ବୋତଲ) ସସ୍‌ ଲୋଡିଂ କରାଯାଉଥିଲା। ସେଥିରେ ସ୍ଥାନୀୟ ମଧୁସୂଦନପାଲିରେ ପ୍ରସ୍ତୁତ ହେଉଥିବା ‘ବାବୁ ସସ୍‌’ ଓ ସାରନଗରୀ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ‘ସିଲ୍କ ସସ୍‌’, ‘ଫିନିସ୍‌ଡ ସସ୍‌’ ଆଦି ରହିଥିଲା। ଅଭିଯୁକ୍ତ ବିପିନ ଉକ୍ତ ସସ୍‌କୁ ବଣାଇଁ, ରାଜାମୁଣ୍ଡା, ଲହୁଣିପଡ଼ା ଆଦି ଅଞ୍ଚଳକୁ ଚାଲାଣ କରିବାକୁ ଯୋଜନା କରିଥିଲା।
ତେବେ ଗୁପ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି କାବୁ କରିନେଇଥିଲା। ଏହାସହ ଖାଦ୍ୟ ନିରାପତ୍ତା ବିଭାଗ ସସ୍‌ର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିଛି। ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe